ଆଜି ଅକ୍ଷୟ ତୃତୀୟା: ସୁନା ବିକ୍ରି ୧୫% ବଢ଼ିବ

ଭୁବନେଶ୍ବର,୧୦/୫ : ଶୁକ୍ରବାର ଦେଶରେ ଅକ୍ଷୟ ତୃତୀୟା ପାଳନ ହେଉଛି। ଅକ୍ଷୟ ତୃତୀୟାକୁ ଲୋକମାନେ ଏକ ଶୁଭଦିନ ଭାବେ ବିବେଚନା କରିଥାନ୍ତି। ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ଗ୍ରାହକମାନେ ଏହି ଦିନ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ଭଲ ବ୍ୟବସାୟ ଆଶାରେ ସୋ’ରୁମ୍‌ଗୁଡ଼ିକ ମଧ୍ୟ ଏହି ଦିନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କିନ୍ତୁ ଚଳିତବର୍ଷ ଅନ୍ତର୍ଜାତୀୟ ସ୍ତରରେ ଭୂ‌ରାଜନୈତିକ ଅସ୍ଥିରତା ଓ ଅନ୍ୟାନ୍ୟ କାରଣରୁ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ଉକ୍ତ ମୂଲ୍ୟବାନ ଧାତୁର ଦର ଉଚ୍ଚସ୍ତରରେ ପହଞ୍ଚିଥିଲେ ମଧ୍ୟ ଅକ୍ଷୟ ତୃତୀୟାକୁ ନେଇ ବ୍ୟବସାୟୀମାନେ ବେଶ୍‌ ଆଶାବାଦୀ ଅଛନ୍ତି।