ଦିଲ୍ଲୀରେ ମତଦାତାଙ୍କୁ ମିଳିବ ମାଗଣା ବାଇକ୍ ରାଇଡ୍, ଜାଣନ୍ତୁ କ’ଣ କରିବାକୁ ପଡ଼ିବ

ନୂଆଦିଲ୍ଲୀ, ୧୦/୫ : ଅନଲାଇନ ବାଇକ-ଟ୍ୟାକ୍ସି ବୁକିଂର ସୁବିଧା ଯୋଗାଉଥିବା କମ୍ପାନୀ ଦିଲ୍ଲୀରେ ନିର୍ବାଚନ ଦିନ ମତଦାତାଙ୍କୁ ମୁକ୍ତ ଯାତ୍ରା ପ୍ରଦାନ କରିବ । ରାପିଡୋ ବାଇକ ଜରିଆ‌ରେ ଭୋଟରଙ୍କୁ ନିର୍ବାଚନ ଦିନ ମତଦାନ କେନ୍ଦ୍ରରୁ ତାଙ୍କ ଘର ପର୍ଯ୍ୟନ୍ତ ମାଗଣା ବାଇକ ଯାତ୍ରା ଦିଆଯିବ । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ରାପିଡୋ ମଧ୍ୟରେ ଏକ ବୁଝାମଣା ହୋଇଛି । ରାପିଡୋ ପାଖରେ ଦିଲ୍ଳୀରେ ୮ଲକ୍ଷ ବାଇକ ଡ୍ରାଇଭର ଅଛନ୍ତି ଏବଂ ସବ୍ସକ୍ରାଇବର ୮୦ଲକ୍ଷ ପାଖାପାଖି ଅଛନ୍ତି ।ମତଦାନ ଦିନ ଭୋଟର ନିଜ ଭୋଟ ଦେବା ପରେ ରାପିଡୋ ଆପର ବ୍ୟବହାର କରି ସହଜରେ ବାଇକ ବୁକ କରିପାରିବେ । ବାଇକ ବୁକ୍ କରିବା ଲାଗି ଫୋନରେ ରାପିଡୋ ଆପ ହେବା ଜରୁରୀ । ଯଦି ଆପଣଙ୍କ ଫୋନରେ ଏହି ଆପ ନାହିଁ ତ ଆପଣ ଏହାକୁ ଡାଉନଲୋଡ଼ କରିନିଅନ୍ତୁ । ଭୋଟ ଦେବା ପରେ ଆପକୁ ଯାଇ ଆପଣ ବାଇକ ବୁକ୍ କରିପାରିବେ । ଲୋକସଭା ନିର୍ବାଚନର ଷଷ୍ଠ ଚରଣରେ ୨୫ମଇରେ ଦିଲ୍ଲୀର ସବୁ ୭ଟି ସିଟରେ ମତଦାନ ହେବାକୁ ଅଛି । ମତଗଣନା ୪ଜୁନରେ ହେବ । ଏଭଳି ସ୍ଥଳେ ଦିଲ୍ଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ରାପିଡୋ ମଧ୍ୟରେ ଏକ ବୁଝାମଣା ହୋଇଛି । ଦିଲ୍ଲୀ ସିଇଓ ଏକ ବୟାନରେ କହିଛନ୍ତି କି ଏହାର ଉଦ୍ଦେଶ୍ୟ ନାଗରିକଙ୍କୁ ଭୋଟ ଦେବା ଲାଗି ପ୍ରୋତ୍ସାହିତ କରିବ ।