ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼, ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ, ୧୦/୯ : ଭାରତୀୟ ବାୟୁସେନାରେ ଦୁଷ୍କର୍ମ ଝଡ଼। ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ଜଣେ ମହିଳା ଫ୍ଲାଇଂ ଅଧିକାରୀ ପୁଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି।ଜଣେ ୱିଙ୍ଗ କମାଣ୍ଡର ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କୁ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଜମ୍ମୁ-କଶ୍ମୀରର ବଡ଼ଗାମ ପୁଲିସ୍‌ ଷ୍ଟେସନରେ ଏନେଇ ମହିଳା ଅଧିକାରୀ ଜଣଙ୍କ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ୱିଙ୍ଗ କମାଣ୍ଡର ଓ ଫ୍ଲାଇଂ ଅଫିସର ଶ୍ରୀନଗରରେ ଅବସ୍ଥାପିତ ରହିଛନ୍ତି।

ଅଭିଯୋଗ ଆସିବା ପରେ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ “ଆମେ ଘଟଣା ସମ୍ପର୍କରେ ଅବଗତ ରହିଛୁ। ଏହି ଘଟଣାରେ ବଡ଼ଗାମ ପୁଲିସ୍‌ ଷ୍ଟେସନ ପକ୍ଷରୁ ଶ୍ରୀନଗର ସ୍ଥିତ ଭାରତୀୟ ବାୟୁ ସେନା ସହ ଯୋଗାଯୋଗ କରାଯାଇଛି। ଆମେ ସ୍ଥାନୀୟ ଅଧିକାରୀଙ୍କ ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛୁ।”

Leave a Reply

Your email address will not be published. Required fields are marked *