ଗିରଫ ହେବେ ପ୍ରଣବ ପ୍ରକାଶ ଦାସ !

ନୂଆପଡ଼ାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ନାଁରେ FIR। କୋମନା ଥାନାରେ ପ୍ରଣବଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ କୋମନାର ଆଦିବାସୀ ଯୁବକ। କେବଳ ପ୍ରଣବ ନୁହେଁ ବରଂ ବିଜେଡି ବିଧାୟକ ଅଧିରାଜ୍ ପାଣଗ୍ରାହୀଙ୍କ ନାଁ ରେ ମଧ୍ୟ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ବିଜେଡିର ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଗୁରୁବାର ଦିନ ୨ ଟା ସମୟରେ ଜିତୁ ଆଡବଙ୍ଗଙ୍କୁ ଏକ ଫୋନ ନମ୍ବରରେ ଫୋନ୍ କରି ଆସିବାକୁ ଡାକିଥିଲେ ବବି । ସେଠାରେ ଜିତୁ ପହଞ୍ଚିବା ପରେ କାହିଁକି ବିଜେଡି ଛାଡି ବିଜେପିରେ ବୁଲୁଛୁ ବୋଲି ପଚାରିଥିଲେ । ବାସ୍, ତାପରେ ଆଉ କୌଣସି କଥା ନଶୁଣି ଜିତୁ ଆଡବଙ୍ଗଙ୍କୁ ଉଭୟ ବବି ଦାସ ଓ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ମାଡ଼ ମାରିଥିଲେ ।

ଏପରିକି ତାଙ୍କ ପରିବାରକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା ମଧ୍ୟ ଦେଇଥିଲେ । ଯାହାକୁ ନେଇ ଜିତୁ ଆଡବଙ୍ଗ ଦୁଇ ବିଜେଡି ନେତାଙ୍କ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ କୋମନା ଥାନା ଆଇଆଇସି ଓ ଖରୀଆର SDPO ପହଞ୍ଚି ଜିତୁଙ୍କୁ ଉଦ୍ଧାର କରି ଆଣିଥିଲେ। ନଚେତ୍ ସେ ଆଉ ଜୀବନ ଫେରି ପାଇ ନଥାନ୍ତେ ବୋଲି ଜିତୁ ଆଡବଙ୍ଗ ନିଜ ଅଭିଯୋଗରେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *