କଂଗ୍ରେସ ଭବନରେ ରେଡ୍ !

ନୂଆପଡାରେ କଂଗ୍ରେସରେ ଲାଗିଲା କଳଙ୍କ ! ଭୋଟ ପାଇଁ କାଳେ ଟଙ୍କା ବାଣ୍ଟୁଛି କଂଗ୍ରେସ । ଏକଥା ଆମେ କହୁ ନାହୁଁ, ବରଂ ପୋଲିସ କଂଗ୍ରେସ ଭବନରେ ପଶିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ପୁଲିସର ଅଚାନକ ଚଢ଼ାଉ ପରେ ଏବେ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି।

ଉପନିର୍ବାଚନ ପାଇଁ ତିନି ରାଜନୈତିକ ଦଳ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଆଜି ନୂଆପଡ଼ା କଂଗ୍ରେସ ଅଫିସରେ ପଶିଗଲା ପୁଲିସ । ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ନେଇ କଂଗ୍ରେସ ନାଁରେ ଅଭିଯୋଗ ଥିଲା । ଯାହା ପରେ ଅଚାନକ ପହଞ୍ଚି ଥିଲା ପୋଲିସ। ବାସ୍, ଏହାକୁ ନେଇ ତାତିଗଲେ କଂଗ୍ରେସ କର୍ମୀ । ପୁଲିସ ସହ ମୁହାଁମୁହିଁ ହେଲେ । ଢେର୍ ସମୟ ଚାଲିଲା କଥା କଟାକଟି । କଂଗ୍ରେସ ଅଫିସରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଶେଷରେ.. ପୁଲିସ କଂଗ୍ରେସ ଅଫିସରୁ ଖାଲି ହାତରେ ଫେରିଲା । ଟଙ୍କାଟିଏ ବି ପାଇନଥିଲା ସେଠାରୁ ।

ଏହାକୁ ନେଇ ଏବେ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉପନିର୍ବାଚନ କଂଗ୍ରେସର ଜିତିବା ଆଶା ଢେର୍ ଅଧିକ ଥିବାରୁ , ଏଭଳି କରି ଜାଣିଶୁଣି କଂଗ୍ରେସ ଭାବମୂର୍ତ୍ତି ଖରାପ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । କିନ୍ତୁ ଯଦି ଏହି କଥା ସତ ହୋଇଥାଏ, ତାହେଲେ ଏହା ନିହାତି ଭାବେ ସାଙ୍ଘାତିକ ଘଟଣା ।

Leave a Reply

Your email address will not be published. Required fields are marked *