ବିଜେଡି ପାଇଁ ଯାଇଚି ରାଜେନ୍ଦ୍ର ଢୋଲକିଆଙ୍କ ଜୀବନ !

ଜୟ ଢୋଲକିଆଙ୍କ ପାଇଁ ଆଗକୁ ଆସିଲେ ତାଙ୍କ ମା। ନବୀନଙ୍କ ଆକ୍ଷେପର ଜବାବ ରଖିଲେ । ରାଜେନ୍ଦ୍ରଙ୍କ ମୃତ୍ୟୁ ପାଇଁ ସେ ବିଜେଡିକୁ ଦାୟୀ କରିଛନ୍ତି । ବିଜେଡି ସୁପ୍ରିମୋ ନୂଆପଡାରେ ପ୍ରଚାର ପାଇଁ ଆସିଥିଲେ ବେଳେ ବିଜେପିରେ ସାମିଲ ହେବାକୁ ନେଇ ଜୟଙ୍କୁ ବେଇମାନୀର ଆଖ୍ୟା ଦେଇଥିଲେ। ଯାହାର କଡ଼ା ଜବାବ ଦେଇଛନ୍ତି ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ । ସେ କହିଛନ୍ତି, ରାଜେନ୍ଦ୍ର ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସିତ ବେଳେ ବିଜେଡି କିଛି ବୁଝିନଥିଲା । ଦୀର୍ଘ ବର୍ଷର ସମ୍ପର୍କ ସତ୍ତ୍ବେ ବି ବିଜେଡିର ଏଭଳି ଆଭିମୁଖ୍ୟ ତାଙ୍କୁ ମାନସିକ ଭାବେ ଭାଙ୍ଗିଦେବା ସହ ମୃତ୍ୟୁର କାରଣ ପାଲଟିଥିଲା । ଏହାସତ୍ତ୍ବେ ବି ରାଜେନ୍ଦ୍ରଙ୍କ ଫଟୋକୁ ବିଜେଡି କିଭଳି ବ୍ୟବହାର କରୁଛି ବୋଲି ପ୍ରଶ୍ନ କରିଛନ୍ତି କଳ୍ପନା । ସେ ଆହୁରି କହିଛନ୍ତି, ଜୟଙ୍କ ନାଁରେ ମିଛ ଅପପ୍ରଚାର କରି ବିଜେଡି ହୀନ ରାଜନୀତି କରୁଛି । ସେହିପରି ସକାଳେ ଜୟ ମଧ୍ୟ ସାମ୍ନାକୁ ଆସି ନବୀନଙ୍କୁ ସମାଲୋଚନା କରିଥିଲେ।ତେବେ ନବୀନଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚାର କାରଣ ହୋଇଛି। ଆଗକୁ ନବୀନଙ୍କର ଏଭଳି ଆଭିମୁଖ୍ୟ କେବେ ଦେଖିବାକୁ ମିଳି ନାହିଁ। ଯାହା ଏବେ ନୂଆପଡ଼ା ପ୍ରଚାରର ମୋଡ଼ ବଦଳାଇଦେଇଛି। ।

Leave a Reply

Your email address will not be published. Required fields are marked *