ସରଗରମ ହେଉଛି ଭୁବନେଶ୍ୱର ରାଜନୀତି

ଭୁବନେଶ୍ବର, ୭/୧୦ : ପୁଣି ତେଜିଲା ଭୁବନେଶ୍ବର କଳି । ସରଗରମ ହେଲା ରାଜନୀତି । ନିମନ୍ତ୍ରଣ ଆଳରେ ବିରୋଧି ଦଳ ନେତା ନବୀନ ପଟ୍ଟନନାୟକଙ୍କୁ ଭେଟିଲେ ଅମରେଶ ଜେନା । ଅମରେଶଙ୍କ ବିରୋଧୀ ଗୋଷ୍ଠୀଙ୍କ ପରେ ଆଜି ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଖୋଦ୍‌ ଅମରେଶ। ସେ ଦୀର୍ଘ ସମୟ ଧରି ନବୀନ ନିବାସରେ ଥିଲେ। ପରେ ନବୀନ ନିବାସରୁ ବାହାରି ଦଶହରା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିବା କହିଥିଲେ। ଏଥିସହ ନିଜର କୁଚକ୍ରୀ ଗୋଷ୍ଠୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଜେଡି କଳି କାହାକୁ ଅଛପା ନାହିଁ। ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଗତ ଶୁକ୍ରବାର ବିଏମ୍‌ସିର କେତେକ କର୍ପୋରେଟର ନବୀନ ନିବାସ ଯାଇଥିଲେ।

ସେମାନେ ଦୀର୍ଘ ସମୟ ଧରି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ପରେ ନବୀନ ନିବାସରୁ ବାହାରି ଦଶହରା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିବା କହିଥିଲେ। କିନ୍ତୁ ସେତେବେଳେ ଚର୍ଚ୍ଚା ହେଉଥିଲା କର୍ପୋରେଟରମାନେ କୁଆଡେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିଲେ। ଏହାକୁ ରାଜଧାନୀ ରାଜନୀତି ସରଗରମ ହୋଇଥିଲା।ଆଜି ସନ୍ଧ୍ୟା ବେଳେ ଅମରେଶ ଜେନା ଓ ତାଙ୍କର ସମର୍ଥକ ନବୀନ ନିବାସ ଭିତରକୁ ଯାଇଥିଲେ। ଦୀର୍ଘ ସମୟ ପରେ ନବୀନ ନିବାସରୁ ବାହାରିଥିଲେ। ସେ ସମାନ ଢ଼ଙ୍ଗରେ କହିଥିଲେ, ଦଶହରା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିଲେ। ତା’ଛଡ଼ା ଅନ୍ୟକିଛି ନୁହେଁ।

ତେବେ ନିଜର ବିରୋଧୀ ଗୋଷ୍ଠୀଙ୍କ ମେଳିକୁ ନେଇ ଅମରେଶ ଜେନା କହିଛନ୍ତି, ନବୀନ ପଟ୍ଟନାୟକଙ୍କଠାରୁ ମତେ ଅଲଗା କରିଦେବେ ବୋଲି ଯିଏ କୁଚକ୍ର କରୁଛନ୍ତି, ସେମାନେ କେବେ ସଫଳ ହେଇପାରିବେନି। ମତେ ନବୀନ ପଟ୍ଟନାୟକଙ୍କଠାରୁ କେହି ଅଲଗା କରି ପାରିବେନି। ଆମେ ସମସ୍ତେ ଏକଜୁଟ ଅଛୁ। କିଛି କୁଚକ୍ରି ଚାହିଁ ଥିଲେ ମତେ ଅଲଗା କରିବାକୁ। କିନ୍ତୁ ସେମାନେ ସଫଳ ହେବେନି। ମାଆଙ୍କର ନବମୀ ପୂଜା ଚାଲିଛି, ମାଆ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଲୋକଙ୍କ ସେବା କରନ୍ତୁ, ଦଳକୁ ଆଗକୁ ନିଅନ୍ତୁ। ଭାଙ୍ଗିବା ଅପେକ୍ଷା ଗଠନମୂଳକ ଚିନ୍ତାରେ ଆଗକୁ ବଢନ୍ତୁ। ସମସ୍ତଙ୍କୁ ନେଇ ଆଗକୁ ଯିବା ବୋଲି ଅମରେଶ କହିଛନ୍ତି।

Leave a Reply

Your email address will not be published. Required fields are marked *