ନୂଆଦିଲ୍ଲୀ, ୨୧ /୬ : ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।ସମ୍ବିଧାନର ଅନୁଚ୍ଛେଦ ୯୫ (୧) ଦ୍ୱାରା ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ଲୋକସଭା ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ବାଚସ୍ପତିଙ୍କ ଦାୟିତ୍ୱ ତୁଲାଇବେ। ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ତା’ପୂର୍ବରୁ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିବା ଜନପ୍ରତିନିଧିମାନଙ୍କୁ ସାଂସଦ ଭାବେ ଶପଥ ପାଠ କରାଇବେ।ଅଷ୍ଟଦଶ ଲୋକସଭାର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଇବାରେ କାମଚଳା ବାଚସ୍ପତିଙ୍କୁ ସହଯୋଗ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ସାଂସଦ ସୁରେଶ କୋଡିକୁନ୍ନିଲ, ଟି.ଆର ବାଲୁ, ରାଧା ମୋହନ ସିଂହ, ଫଗନ ସିଂ କୁଲସ୍ତେ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ମନୋନୀତ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୯୯ ଦ୍ୱାର ପ୍ରଦତ୍ତ କ୍ଷମତାର ଉପଯୋଗ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି।
Related Posts
ହରିୟାଣାରେ ବିଜେପିର ଐତିହାସିକ ହ୍ୟାଟ୍ରିକ
- satakhabar
- October 8, 2024
- 0
ନୂଆଦିଲ୍ଲୀ, ୮/୧୦ : ଫେଲ ମାରିଲା ଏକଜିଟ ପୋଲ୍ ତଥ୍ୟ । ଏକା ବିଜେପି କରିଥିବା ଆକଳନ ଶେଷରେ ସତ ପ୍ରମାଣିତ ହୋଇଛି। ଜୋରଦାର ସରକାରୀ ବିରୋଧୀ ଆହ୍ୱା ସତ୍ତ୍ୱେ ହରିୟାଣାରେ ବିଜେପି ହାସଲ […]
ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଅତିଶୀ
- satakhabar
- September 21, 2024
- 0
ନୂଆଦିଳ୍ଲୀ,୨୧/୯ : ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ବିରିଷ୍ଠ ନେତ୍ରୀ ଅତିଶୀ । ୫ ଜଣ ବିଧାୟକଙ୍କ ସହ ନୂତନ ମନ୍ତ୍ରୀ ପରିଷଦର ଅଂଶ […]
ୱାୟନାଡ ଭୂସ୍ଖଳନକୁ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି କଲେ ସାଂସଦ ଶଶି ଥରୁର
- satakhabar
- August 1, 2024
- 0
ନୂଆଦିଲ୍ଲୀ,୧/୮ : ୱାୟନାଡ ଭୂସ୍ଖଳନକୁ ଏକ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ଆଜି ଦାବି କରିଛନ୍ତି। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ […]