ଭାରତୀୟ ଫୁଟବଲ ଟିମର ନୂଆ କୋଚ ହେଲେ ସ୍ପେନର ମନୋଲୋ ମାର୍କେଜ

ନୂଆଦିଲ୍ଲୀ,୨୦/୭ : ଭାରତୀୟ ଭାରତୀୟ ଫୁଟବଲ ମହାସଂଘ ଶନିବାର ସ୍ପେନର ମନୋଲୋ ମାର୍କେଜଙ୍କୁ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛି । ଇଗୋର ଷ୍ଟିମେକଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ମାର୍କେଜ ଇଣ୍ଡିଆନ ସୁପର ଲିଗ ଟିମ ଏଫସି ଗୋଆର କୋଚ ଦାୟିତ୍ୱ ତୁଲାଉଥିଲେ ।

ଏବେ ମନୋଲୋ ଉଭୟ ଗୋଆ ଟିମ ଏବଂ ଜାତୀୟ ଦଳର ଦାୟିତ୍ୱ ତୁଲାଇବେ । ଏହା ପରେ ସେ କେତେ ବର୍ଷ ପାଇଁ ଚୁକ୍ତିବଦ୍ଧ ହେବେ ତାହା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି ।