OAS ଦେବପ୍ରସାଦ ଦାସଙ୍କ ଉପରୁ ଉଠିଲା ନିଲମ୍ବନ

ଭୁବନେଶ୍ୱର,୨୫/୭ : ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଉଠିଲା ନିଲମ୍ବନ I ଦୀର୍ଘ ୫ ବର୍ଷ ପରେ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ନିଲମ୍ବନ ଉଠିବା ପରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ସରକାର। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଶ୍ରୀ ଦାଶଙ୍କୁ ସେବାରେ ପୁନଃ ସ୍ଥାପିତ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ସେ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ ୧୯୫୯ ପାଳନ କରିବେ।

Leave a Reply

Your email address will not be published. Required fields are marked *