୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜୀଉ

ପୁରୀ, ୨୨/୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଛି। ସେବାୟତମାନେ ୩୫ ଗରା ଜଳରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରାଇଛନ୍ତି। ସେହିପରି ବଡ଼ ଠାକୁର ଶ୍ରୀବଳଭଦ୍ର ୩୩ ଗରା ଜଳ ଏବଂ ଦେବୀ ସୁଭଦ୍ରା ୨୨ ଗରା ଜଳରେ ସ୍ନାନ କରିଛନ୍ତି। ୧୮ ଗରା ଜଳରେ ଶ୍ରୀସୁଦର୍ଶନଙ୍କ ସ୍ନାନ କରାଯାଇଛି।

Leave a Reply

Your email address will not be published. Required fields are marked *