ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକଗଣ ; ସର୍ବଜନ କଲ୍ୟାଣକାରୀ ବଜେଟ୍ ପାଇଁ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୨୬/୭ : ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ସାମ୍ବାଦିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏସବୁ ବିଷୟରେ ଅବଗତ ଅଛନ୍ତି । ସାମ୍ବାଦିକମାନଙ୍କର ଯାହା ସମସ୍ୟା ରହିଛି ସେସବୁ ସରକାର ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବେ । ଶ୍ରୀ ପ୍ରସନ୍ନ ମହାନ୍ତି, ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଶ୍ରୀ ପ୍ରଦୀପ୍ତ ମହାପାତ୍ର, ଶ୍ରୀ ହରିହର ଚାନ୍ଦ, ପ୍ରଶାନ୍ତ ସ୍ଵାଇଁ, ପ୍ରିତିକାନ୍ତ ନାୟକ, ସୁଜିତ୍ ବିଶୋଇ, ଦେବାଶିଷ ସାସମଲ୍, ବିଶ୍ବରଂଜନ ମହାପାତ୍ର, ସୌମ୍ୟ ରଞ୍ଜନ ସାହୁ, ପ୍ରଦୀପ୍ତ ମହାପାତ୍ର ଏବଂ ଆହୁରି ଅନେକ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *