ଭୁବନେଶ୍ୱର,୧୬/୮ : କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ। ଆଜି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କୌଣସି ରାଜନୈତିକ ଦଳକୁ ଯିବେନାହିଁ। ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ମସିହା ଫେବ୍ରୁଆରୀ ମାସରେ କଂଗ୍ରେସରେ ଯୋଗଦେଇଥିଲେ। ଦିଲ୍ଲୀ ଯାଇ ସେ କଂଗ୍ରେସରେ ମିଶିଥିଲେ। କଂଗ୍ରେସରେ ମିଶିବା ପରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିଲା। ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା। ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବାହାର କରି ଦିଆଯାଇଥିଲା। ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ଥିଲେ। ହେଲେ ସେହି ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ।
Related Posts
କିଏ ହେବେ ରାଜ୍ୟ ବିଜେପି ସଭାପତି : ରେସରେ ମନମୋହନ- ଗୋଲକ- ବିଶେଶ୍ୱର
- satakhabar
- December 20, 2024
- 0
ଭୁବନେଶ୍ବର, ୧୯/୧୨ : ଜାନୁଆରୀ ମାସରେ ଓଡ଼ିଶା ବିଜେପିକୁ ନୂଆ ନେତୃତ୍ୱ ମିଳିବ ବୋଲି କେନ୍ଦ୍ରୀୟ ନେତାମାନେ ଘୋଷଣା କରିବା ପରେ କିଏ ରାଜ୍ୟ ସଭାପତି ହେବେ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି […]
ଦଳୀୟ ତୁଙ୍ଗ ନେତାଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ
- satakhabar
- October 9, 2024
- 0
ଭୁବନେଶ୍ବର, ୯/୧୦ : ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ବିସ୍ଫୋରକ ଭାଷଣ ଦେଲେ ଦଳର ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ସେ ନାଁ ନ ନେଇ ଦଳର ଜଣେ ତୁଙ୍ଗ ନେତାଙ୍କ ଉପରେ […]
ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ସାରା ବିଶ୍ୱରେ ‘ଯୋଗ’ର ଲୋକପ୍ରିୟତା ବଢିଛି : ମୋହନ
- satakhabar
- October 29, 2024
- 0
ଭୁବନେଶ୍ୱର,୨୯/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣାଠାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି […]