ଆସନ୍ତାବର୍ଷଠୁ ହେବ ଛାତ୍ର ସଂସଦ ନିର୍ବାଚନ : ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୯/୮ : ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି କହିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଏବେ ଛାତ୍ରମାନଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ଦେଖାଦେଇଛି । ସେ କହିଛନ୍ତି ଯେ, ନୂଆ ସରକାରରେ ସମୟ ଅଭାବ ଯୋଗୁଁ ଆସନ୍ତାବର୍ଷରୁ ନିର୍ବାଚନ କରାଯିବ । ନିର୍ବାଚନ ନେଇ ସମସ୍ତ କଲେଜକୁ ପ୍ରସ୍ତୁତ କରାଯିବ। ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହେଇସାରିଛି । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ରାଜ୍ୟରେ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଧୀରେ ଧୀରେ ଆଶା ଉଜ୍ଜଳ ହୋଇଛି ।