ସାଲେପୁର,୯/୫: ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।ସୂଚନାଯୋଗ୍ୟ, ଅରିନ୍ଦମଙ୍କୁ ବିଜେପି ସାଲେପୁର ବିଧାୟକ ପାଇଁ ପ୍ରାର୍ଥୀ କରିବା ପରେ ଅରିନ୍ଦମ କହିଥିଲେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି। ନିଶ୍ଚିତ ଭାବେ ମୁଁ କାମ କରିବି। ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି। ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ତାଙ୍କ ପାଖରେ ନିଶ୍ଚିତ ପାଇବେ। ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି। ହାତରେ କମ୍ ସମୟ ରହିଛି। ହେଲେ ଏବେ ଭାଜପା ଲହର ରହିଛି। ସାଲେପୁରବାସୀ ବିଜେଡି ଗଡ଼କୁ ଭାଙ୍ଗିବେ। ଏଥର ଭାଜପା ହିଁ ଉଭୟ ଏମ୍ପି ଏବଂ ବିଧାୟକ ପ୍ରାର୍ଥୀ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Related Posts
ଜାରି ରହିବ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା
- satakhabar
- August 22, 2024
- 0
ଭୁବନେଶ୍ବର, ୨୨/୮: ରାଜ୍ୟରେ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରଖିବେ। କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାର ନବୀକରଣ ଉପରେ ବିଚାର […]
ରାଜ୍ୟସ୍ତରୀୟ ରଜ ମହୋତ୍ସବ : ଫୁଲ ଗଛରେ ପାଣି ଦେଲେ, ପୋଡ଼ ପିଠା, ରଜ ପାନ ଖାଇଲେ ମୁଖ୍ୟମନ୍ତ୍ରୀ
- satakhabar
- June 14, 2024
- 0
ଭୁବନେଶ୍ଵର,୧୪/୬ : ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି […]
ବାର୍ଡ଼ ଫ୍ଲୁ ନେଇ କିଏ ଛାନିଆ କରୁଛି ?
- satakhabar
- September 19, 2024
- 0
ଭୁବନେଶ୍ୱର,୧୯/୯ : ରାଜ୍ୟର ଦୁଇଟି ଜିଲ୍ଲା ପୁରୀ ଓ କେନ୍ଦ୍ରାପଡାର କେତେକ ସା୍ଥନରେ କକୁ ଡୁ।ଙ୍କୁ ବାର୍ଡ଼ ଫ୍ଲୁ ହୋଇଥିବା ସାମ୍ନାକୁ ଆସିଥିବାବେଳେ ସମଗ୍ର ଉପକୂଳ ବେି ଶଷକରି କକୁ ଡୁ।ମାଂସ ଓ ଅଣ୍ଡାର […]