ଗୁଜୁରାଟରେ ମୃତ୍ୟୁ ସଂଖ୍ୟା ୨୮ ଛୁଇଁଲା

ଗୁଜୁରାଟ, ୨୯/୮ : ଗତ ତିନି ଦିନ ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଅତି କମରେ ୨୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଆଜି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଗୁଜୁରାଟ ସରକାର ସେୟାର କରିଥିବା ତଥ୍ୟ ଅନୁଯାୟୀ ମୋର୍ବି, ଭଦୋଦରା, ଭାରୁଚ, ଜାମନଗର, ଅରବାଲି, ପଞ୍ଚମାହଲ, ଦ୍ୱାରକା ଏବଂ ଡାଙ୍ଗ ଜିଲ୍ଲାରେ ଅତି କମରେ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଅନନ୍ଦରେ ୬ ଜଣ, ଅହମ୍ମଦାବାଦରେ ୪ ଜଣଙ୍କର ଏବଂ ଗାନ୍ଧିନଗର, ଖେଡ଼ା, ମହିସାଗର, ଦାହୁଦ ଓ ସୁରେନ୍ଦ୍ରନଗର ଜିଲ୍ଲାରେ ଦୁଇ ଜଣଙ୍କର‌ ଲେଖାଏ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *