ବିଶାଖାପାଟଣା ଷ୍ଟେସନରେ କୋରବା ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୪/୮ : ବିଶାଖାପାଟଣା ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଧୁ ଧୁ ହୋଇ ଜଳିଥିଲା କୋରବା ଏକ୍ସପ୍ରେସର ୩ଟି ବଗି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଷ୍ଟେସନ ଧୁଆଁମୟ ହୋଇଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ ।ରେଳବାଇ ଅଧିକାରୀଙ୍କ କହିବାନୁଯାୟୀ ତିରୁମାଲା ଅଭିମୁଖେ ଯାତ୍ରା କରୁଥିଲା କୋରବା ଏକ୍ସପ୍ରେସ । ଟ୍ରେନଟି ବିଶାଖାପାଟଣା ରେଳ ଷ୍ଟେସନର ପ୍ଲାଟଫର୍ମ ୪ରେ ଛିଡ଼ା ହୋଇଥିଲା । ହଠାତ ବଗିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡ ପ୍ରଥମେ ବି-୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ହୋଇଥିଲା । ବି-୭ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବି-୬ ଓ ଏମ୍ ୧ ବଗି ଆଂଶିକ ଜଳି ଯାଇଥିଲା ।