ଗିରିରାଜ ସିଂହଙ୍କ ଉପରେ ବେଗୁସରାୟରେ ଆକ୍ରମଣ

ନୂଆଦିଲ୍ଲୀ,୩୧/୮ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ । ବେଗୁସରାୟର ବଲିୟାରେ ଆକ୍ରମଣ ହୋଇଛି । ସେ ବଲିୟାରେ ଜନତା ଦରବାର ହଲରୁ ଯେତେବେଳେ ବାହାରୁଥିଲେ ଜନୈକ ଯୁବକ ଆକ୍ରମଣ କରିଥିଲେ । ଗିରିରାଜ ସିଂହ ବେଗୁସରାୟର ସାଂସଦ ଅଟନ୍ତି । ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କୁ କୌଣସି ପ୍ରକାରର ଆଘାତ ଲାଗିନାହିଁ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଗିରିରାଜ ସିଂହ ଗଣାମଧ୍ୟମକୁ କହିଛନ୍ତି କି, ଏହା ଦୁଃଖଦ ଘଟଣା ଅଟେ । ହୋଇପାରେ ଅଭିଯୁକ୍ତର ଚେହେରା ସାମ୍ନାକୁ ଆସିବା ପରେ ତେଜସ୍ବୀ ଏବଂ ଅଖିଳେଶ ଯାଦବ ତାଙ୍କ ସମର୍ଥନରେ ବାହାରିବେ । ଅଭିଯୁକ୍ତକୁ ପୋଲିସ ହେପାଜତକୁ ନେଇ ଯାଇଛି ।

ଏହା ମଧ୍ୟରେ ଗିରିରାଜ ସିଂହଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ଗିରିରାଜ ସିଂହ ଆଗକୁ ଯାତ୍ରା ପାଇଁ ବାହାରି ଯାଇଛନ୍ତି ।ପ୍ରକାଶ ଯେ, ଗିରିରାଜ ସିଂହ ବଲିୟାରେ ଜନତା ଦରବାରରେ ଲୋକଙ୍କ ସମସ୍ୟା ଶୁଣୁଥିଲେ । ଠିକ୍ ସେତେବେଳେ ଧଳା ଟୋପୀ ପିନ୍ଧି ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ମାଇକରେ ଯାଇ ବହୁ ଏପଟସେପଟ କଥା କହିଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଯାଇ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ ତ ଗିରିରାଜ ସିଂହଙ୍କ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ ଏବଂ ତାଙ୍କୁ ମୁଥ ମାରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସେଠାରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଧରି ନେଇଥିଲେ ।