ହରିୟାଣାରେ ବିଜେପିର ଐତିହାସିକ ହ୍ୟାଟ୍ରିକ

ନୂଆଦିଲ୍ଲୀ, ୮/୧୦ : ଫେଲ ମାରିଲା ଏକଜିଟ ପୋଲ୍‌ ତଥ୍ୟ । ଏକା ବିଜେପି କରିଥିବା ଆକଳନ ଶେଷରେ ସତ ପ୍ରମାଣିତ ହୋଇଛି। ଜୋରଦାର ସରକାରୀ ବିରୋଧୀ ଆହ୍ୱା ସତ୍ତ୍ୱେ ହରିୟାଣାରେ ବିଜେପି ହାସଲ କରିଛି ଐତିହାସିକ ହ୍ୟାଟ୍ରିକ ବିଜୟ। ହରିୟାଣା ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇଛି ବିଜେପି।

ଏହାକୁ ମିଶାଇ ଦଳ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି। ୨୦୧୯ ତୁଳନାରେ ଦଳ ଏଥର ଆହୁରି ଭଲ ପ୍ରଦର୍ଶନ କରି ୯୦ ବିଧାନସଭା ଅରସନରୁ ଏକାକୀ ୪୮ ଆସନ ଜିତିଛି।୩ ସ୍ୱାଧୀନ ବିଧାୟକ ଓ ଆଇଏନଏଲଡିର ୨ ଜଣ ବିଧାୟକ ମଧ୍ୟ ବିଜେପି ସରକାରଙ୍କୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ହରିୟାଣାରେ କ୍ଷମତାକୁ ଫେରିବାକୁ ଆଶା ରଖିଥିଲା। ଏକଜିଟ ପୋଲ ମଧ୍ୟ କଂଗ୍ରେସ ସପକ୍ଷରେ ରାୟ ଦେଇଥିଲେ। ହେଲେ ଦେଶର ସର୍ବପୁରାତନ ଦଳ କେବଳ ୩୭ଟି ଆସନ ଜିତିବାକୁ ସକ୍ଷମ ହୋଇଛି।୨୦୧୪ ଓ ୨୦୧୯ ଭଳି ବିଜେପି ଏଥର ହରିୟାଣାରେ ସଫଳତା ପାଇବ ନାହିଁ ବୋଲି ସମସ୍ତେ କହୁଥିଲେ।

ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲେ ହେଁ ଆଶା ଅନୁସାରେ ପ୍ରଦର୍ଶନ କରିପାରି ନଥିଲା। ଏହାପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପି କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

Leave a Reply

Your email address will not be published. Required fields are marked *