୨୩ରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ହେବ ସ୍ଥାନାନ୍ତର

ପୁରୀ,୨୦/୮ : ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ। ୨୩ ତାରିଖରେ ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବା ସହ ଶ୍ରୀମନ୍ଦିର ପରିସର ନୀଳାଦ୍ରିବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବ। ସିନ୍ଦୁକ,ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ୨୩ ତାରିଖ ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଜୁଲାଇ ୧୪ ଓ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇଯାଇଛି।

Leave a Reply

Your email address will not be published. Required fields are marked *