ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ରତନ ଟାଟା

ମୁମ୍ବାଇ,୯/୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ଏନେଇ ଖବର ସରବରାହ ସଂସ୍ଥା ରିଉଟର୍ସ ରିପୋର୍ଟ କରିଛି। ପୂର୍ବରୁ ସୋମବାର ମଧ୍ୟ ଖବର ଆସିଥିଲା ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ସମୟ ପରେ ରତନ ଟାଟା ନିଜେ ଏହି ଖବରକୁ ଖଣ୍ଡନ କରିଥିଲେ।

ନିୟମିତ ପରୀକ୍ଷା କରାଇବା ଲାଗି ସେ ମେଡିକାଲ ଯାଇଥିବା କହିଥିଲେ।ଭେଟେରାନ ଶିଳ୍ପପତି କହିଥଲେ ଯେ, ”ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଚିନ୍ତାର କୌଣସି କାରଣ ନାହିଁ। ମୋର ବୟସ ସମ୍ବନ୍ଧୀୟ ଚିକିତ୍ସା ଅବସ୍ଥା ଯୋଗୁଁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି। ମୁଁ ଭଲ​​ରେ ଅଛି। ତେଣୁ କୌଣସି ପ୍ରକାର ଭୁଲ ତଥ୍ୟ ବିସ୍ତାର ନକରିବାକୁ ଜନସାଧାରଣ ତଥା ଗଣମାଧ୍ୟମକୁ ଅନୁରୋଧ କରିଥିଲେ।”

Leave a Reply

Your email address will not be published. Required fields are marked *