ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା

ଭୁବନେଶ୍ବର, ୨୫/୧୦ : ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏ ନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ଅନୁସାରେ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି ।

ଜିଓ, ଏୟାରଟେଲ, ବିଏସଏନଏଲ , ଭୋଡାଫୋନ ଅଫିସରଙ୍କ ସହ ବୈଠକ ବସିଥିଲା । ତେବେ ବାତ୍ୟା ସମୟରେ ଯେ କୌଣସି ଜାଗାରେ ନେଟୱାର୍କ ଡ୍ରପ ହେଲେ, ଅନ୍ୟ ନେଟୱର୍କରେ କନେକ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀର ଟେକ୍ନିକାଲ ଟିମ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *