ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ଟ୍ରୋଲ୍, ଦଳ ଭିତରୁ ନା ଦଳ ବାହାରୁ ?…

ଭୁବନେଶ୍ବର,୨୬/୧୧ : ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଢିଛି । ଦୀର୍ଘ ୨୪ବର୍ଷର ସରକାରକୁ ଶାସନ ଗାଦିରୁ ହଟାଇ ଶାସକ ଚୌକିରେ ବସିଛି ବିଜେପି । ନବୀନଙ୍କ ପରେ ଓଡ଼ିଶାର ମଙ୍ଗ ଧରିଛନ୍ତି ମୋହନ । ମୋହନ ମାଝୀଙ୍କ ବିଷୟରେ ଯଦି କିଛି କୁହାଯାଏ । ସେ ଜଣେ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ, ଯାହା ଆମ ସଭିଙ୍କୁ ବେଶ ଭଲ ଭାବରେ ଜଣା ।

ପରେ ଶିକ୍ଷକତାରୁ ରାଜନୀତିକୁ ଆସିଲେ । ତାଙ୍କ ପାଇଁ ଶିକ୍ଷକତାରୁ ମୁଖ୍ୟମନ୍ତ୍ରୀ ରାସ୍ତାଟା ଏତେ ସହଜ ନଥିଲା । ସାଧରଣ ଜନତାରୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ଭିତରେ ତାଙ୍କର ଅନେକ ସଂର୍ଘଷ ରହିଛି । ଯାହା ଉଣା ଅଧିକ ସଭିଙ୍କୁ ଜଣା ।ପୁର୍ବରୁ ଯେତେବେଳେ ମୋହନ ମାଝୀ ବିରୋଧି ଦଳର ମୁଖ୍ୟ ସଚେତକ ଥିଲେ । ସେତେବେଳେ ତାଙ୍କର ଘଣ୍ଟା ଘଣ୍ଟା ଧରି ଦେଉଥିବା ଅଭିଭାଷଣକୁ ଆମେ ଦେଖିଛେ । ରାଜ୍ୟ ବିଜେପିରେ ସେ ଜଣେ ଭଲ ବକ୍ତା ମଧ୍ୟ, କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀଯୁକ୍ତ ମାଝୀ ଭାଷଣକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ ହେଇଛନ୍ତି । ଠିକ୍‍ ସେଇଭଳି ଭାବରେ ଏବେ ପୁଣି “ସମ୍ବିଧାନ ଦିବସ”କୁ “ସ୍ୱାଧୀନତା ଦିବସ” କହି ଟ୍ରୋଲ ହେଉଛନ୍ତି ।

ଆମେ ସେ ଦିଗକୁ ଯାଉନୁ, କାହିଁକିନା “ଟଙ୍ଗ ସ୍ଲିପ” ହେବା ଏକ ସ୍ୱାଭାବିକ କଥା । ପୁର୍ବରୁ ନବୀନ ପଟ୍ଟନାୟକ ମଧ୍ୟ ଅନେକ ବାର ଅନେକ କଥା କହି ଟ୍ରୋଲ ହେଇଛନ୍ତି । କିନ୍ତୁ ଅନେକ କହିପାରନ୍ତି ନବୀନଙ୍କ କଥା ଅଲଗା ଥିଲା ମୋହନ ମାଝୀଙ୍କ କଥା ଅଲଗା । କାରଣ ନବୀନଙ୍କୁ ଭଲ ଭାବରେ ଓଡ଼ିଆ ଜଣା ନଥିଲା । କିନ୍ତୁ ମୋହନ ମାଝୀଙ୍କୁ ତ ଜଣା ଅଛି ।ଆମେ ପୁର୍ବରୁ କହିଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଭଲ ବକ୍ତା । ତେବେ ଜଣେ ଭଲ ବକ୍ତାର ଗୁଣ ହେଉଛି ସେ ବିନା କାଗଜରେ ଅଭିଭାଷଣ ରଖିବା । ଯାହା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭଲ ଭାବରେ ଜଣା ଅଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଦି ଅଫିସରଙ୍କ ଦ୍ୱାରା ଦିଆଯାଉଥିବା କାଗଜ ନ ଦେଖିକି ନିଜ ମନରୁ ଭାଷଣ ଦିଅନ୍ତେ ତେବେ ବୋଧ ହୁଏ ଏଭଳି ଭାବରେ ଟ୍ରୋଲ ହେବାକୁ ପଡ଼ନ୍ତାନି ।

ନିଜେ ଜଣେ ଭଲ ବକ୍ତା ଭାବରେ ନିଜ ଷ୍ଟାଇଲରେ ଭାଷଣ ଦେଲେ ଲୋକେ ଅଧିକ ଖୁସି ହୁଅନ୍ତେ । ତେବେ ଏବେ ସବୁଠୁ ବଡ଼ ଚର୍ଚ୍ଚା ଲାଗୁଛି କି ଏହି ଟ୍ରୋଲ୍ କିଏ କରୁଛି । ଦଳ ଭିତରର ଗୋଷ୍ଠୀ ନା ବାହାରୁ କୌଣସି ଗୋଷ୍ଠି ଏହି ଟ୍ରୋଲ୍ କରୁଛନ୍ତି ।

Leave a Reply

Your email address will not be published. Required fields are marked *