ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ @୨୪ : ୧୨ବର୍ଷିଆ କ୍ଷମତାଧାରୀ ଅଙ୍କଲ୍- ଶିଷ୍ୟ

ଭୁବନେଶ୍ବର, ୭/୧୨ : ନବୀନ ପଟ୍ଟନାୟକ ଏ ନା ହିଁ ଯଥେଷ୍ଟ । ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧି ଦଳ ନେତା । ଆଉ ଗୋଟିଏ ସାଙ୍ଗିଆ ହେଉଛି ବିଜେଡି ସୁପ୍ରିମୋ। ଯେତିକି ସରଳ ସେତିକି ଚାଲାକ୍ ରାଜନେତା । କଥା କମ୍ କହି କାମରେ ବିଶ୍ବାସ ରଖୁଥିବା ନେତାଙ୍କ ମଧ୍ୟରୁ ଜଣେ । ଦେଶରେ ତାଙ୍କର ଫିଗର ମଧ୍ୟ ବେଶ୍ ଚକାଚକ୍ ରହିଛି । ବିଜୁ ବାବୁଙ୍କ ସୁପ୍ରୁତ ହେଉ କିମ୍ବା ନିଜର ସରଳ ଚାଲିଚଳନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କେବେ ବି କାହାକୁ ଟାର୍ଗେଟ କରନ୍ତି ନି କେବଳ ନିଜ କାମରେ ବିଶ୍ବାସ ରଖନ୍ତି । ଦୀର୍ଘ ୨୪ବର୍ଷର ମୁଖ୍ୟମନ୍ତ୍ରୀ ମାତ୍ର ନିଜ ମୁଣ୍ଡରେ ନାହିଁ କଳଙ୍କର ଦାଗ । ସବୁବେଳେ ନିଜକୁ କଳଙ୍କରୁ ଦୂରେଇ ରଖିବାର କୌଶଳ ତାଙ୍କୁ ବେଶ୍ ଭଲ ଭାବେ ଜଣା । ସେଥିପାଇଁ ତ ସେ ଅନ୍ୟମାନଙ୍କଠାରୁ ଭିନ୍ନ । ଏ ସବୁ ଥିଲା ତାଙ୍କ ଜୀବନର କିଛି ଛବି । କିନ୍ତୁ ଏବେ ଆସନ୍ତୁ ନଜର ପକାଇବା ରାଜନୈତିକ ଜୀବନ ଉପରେ ।

ତାଙ୍କ ରାଜନୈତିକ ଜୀବନକୁ ପଢିଲେ ଦୁଇ ଜଣ ବ୍ୟକ୍ତିଙ୍କ ନାଁ ସବୁବେଳେ ନଜର ଆସିବ । ଜଣେ ହେଲେ ପ୍ୟାରୀ ମୋହନ ମହାପାତ୍ର ଆଉ ଜଣେ ହେଲେ ଭି. କାର୍ତ୍ତିକେୟ ପାଣ୍ଡିଆନ । ଏହି ଦୁଇ ଜଣଙ୍କୁ ଯଦି ଛାଡ଼ିଦେବା ତେବେ ନବନୀଙ୍କ ରାଜନୈତିକ କ୍ୟାରିୟ ଯେମିତି ବିଗ୍ ଜିରୋ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟବାସୀଙ୍କ ସମ୍ମୁଖରେ ସିନା ନବୀନଙ୍କ ଚେହେରା ସବୁବେଳେ ଚକଚକ। ହେଲେ ଏହି ଦୁଇ ଜଣଙ୍କ ଗୋଟି ଚାଳନା ନବୀନଙ୍କୁ କେବେ ବି ମଳିନ କରିନି । ମାତ୍ର ଆଶ୍ଚର୍ଯ୍ୟ କଥା ଯଦି ଆମେ ନଜର ପକାଇବା ତେବେ ଉଭୟଙ୍କ କାର୍ଯ୍ୟକାଳ ୧୨ବର୍ଷ ରହିଛି । ତାହା ସଂଯୋଗ କି ନବୀନଙ୍କ ଏହା ଏଗ୍ରିମେଣ୍ଟ ତାହା ଏବେ ଚର୍ଚ୍ଚାରେ । ମୁଖ୍ୟମନ୍ତ୍ରୀ ଆରମ୍ଭ କାଳରେ ତାଙ୍କର ଏକଦା ବିଶ୍ବସନୀୟ ଥିଲେ ପ୍ୟାରୀ ମୋହନ ମହାପାତ୍ର । ପ୍ୟାରୀମୋହନ ମହାପାତ୍ର (୨୫ ଜାନୁଆରୀ ୧୯୪୦ – ୧୯ ମାର୍ଚ୍ଚ ୨୦୧୭) । ବିଜେଡ଼ିରୁ ନିର୍ବାଚିତ ହୋଇ ୨୦୧୦ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ।

ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ । ସେ ୧୯୯୮ ମସିହାରେ ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ରହି ବିଜୁ ଜନତା ଦଳର ମାର୍ଗଦର୍ଶନ କରୁଥିଲେ । ସେ ଏକାଦା ରାଜ୍ୟ ରାଜନୀତିର ଚାଣକ୍ୟ ଓ ବିଜେଡିର ପ୍ରୋକ୍ସି ଲିଡ଼ର ଭାବେ ଅଭିହିତ ହେଉଥିଲେ । ବିଭିନ୍ନ ସମୟରେ ବିଜେଡିକୁ ନିର୍ବାଚନ ରାଜନୀତିରେ ସଫଳତାର ସ୍ୱାଦ ଚଖାଇବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବାଦାନ ଥିଲା । ବିଜେପିର କେନ୍ଦ୍ରୀୟ ଲୋକପ୍ରିୟତାକୁ ନେଇ ବିଜେଡି ସହିତ ମେଣ୍ଟ କରିବା ଏବଂ ଦୀର୍ଘ ୧୧ ବର୍ଷ କାଳ ମେଣ୍ଟ ରାଜନୀତିରେ ରହି ନବୀନଙ୍କ ତଥା ବିଜେଡିକୁ ଲୋକାଭିମୁଖୀ କରିବାରେ ପ୍ୟାରୀ ଥିଲେ ଗୋଟି ଚାଳକ । ଏମିତି କି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ତଥା ପୂର୍ବ ପ୍ରସ୍ତୁତ ନିର୍ବାଚନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ବିଜେଡିକୁ ଫାଈଦା ଦେବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁଥିପାଇଁ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ ୧୦୯ ବିଧାନ ସଭା ଆସନରୁ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ବିଭିନ୍ନ ସମୟରେ ବାଦ ବିବାଦର ସମ୍ମୁଖୀନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ୟାରୀମୋହନ । ଗେଷ୍ଟ ହାଉସ ସେକ୍ସ କାରବାରଠାରୁ ଆରମ୍ଭ କରି ବହୁ ବାଦ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସୁଦ୍ଧା ସହଜରେ ମୁକୁଳି ଯାଇଥିଲେ । ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୈତିକ ଜୀବନରେ ୨୦୧୨ ମସିହା ମେ ୨୯ ତାରିଖରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା ।

ନବୀନ ପଟ୍ଟନାୟକଙ୍କ ଲଣ୍ଡନ ଗସ୍ତ ସମୟରେ କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ।୨୦୧୨ ମସିହା ଅଗଷ୍ଟ ୪ ତାରିଖରେ ବିଜେଡ଼ି ଦଳୀୟ ପାର୍ଲ୍ୟାମେଣ୍ଟାରୀ ଗ୍ରୁପ ଲିଡ଼ର ପଦରୁ ଓହରି ଯାଇଥିଲେ । ବିଜେଡ଼ିରୁ ବହିଷ୍କୃତ ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ନାମରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ନିର୍ବାଚନରେ ୬୮ଟି ପ୍ରାର୍ଥୀ ଦେଇଥିଲେ । ଏଇ ନୂଆ ଦଳର ସମସ୍ତ ୬୮ ପ୍ରାର୍ଥୀଙ୍କ ପରାଜୟ ହୋଇଥିଲା । ବିଫଳତା ସହ ଧୀରେ ଧୀରେ ରାଜନୀତି କ୍ଷେତ୍ରରେ ତାଙ୍କ ପ୍ରଭାବ କମିବାକୁ ଲାଗିଲା । ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପଡ଼ିଥିଲା ।ଏହାପରେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଥିଲା ନବୀନ କ’ଣ ଏକା ଗୋଟି ଚାଳନା କରିପାରିବେ । ମାତ୍ର ତାହା ପରେ ଆଉ ଏକ ଚେହେରା ଅଭ୍ୟୁଦୟ ହୋଇଥିଲା । ଭି. କାର୍ତ୍ତିକେୟ ପାଣ୍ଡିଆନ । ସିଏ ହେଲେ ନବୀନଙ୍କ ବିଶ୍ବସ୍ତ । ବ୍ୟାକଫୁଟରେ ରହି କଲେ ଗୋଟି ଚାଳନା । ଭି. କାର୍ତ୍ତିକେୟ ପାଣ୍ଡିଆନ (୨୯ ମଇ ୧୯୭୪) । ଜଣେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ଏବଂ ବିଜୁ ଜନତା ଦଳର ପ୍ରାକ୍ତନ ରାଜନେତା । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶା ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ୫ଟି (ଫାଇଭ୍ ଟି/5T) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୦୦ ମସିହାରେ ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ଏବଂ ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ । ୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ । ୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟକ୍ରମ, ସମୟ ଏବଂ ପରିବର୍ତ୍ତନ) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱଚ୍ଛାକୃତ ଭାବରେ ଅବସର ନେଇଥିଲେ । ୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଯୋଗ ଦେବା ପରେ ସେ ପୁଣି ଥରେ ୫ଟିର ଅଧକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।

୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ବିଜେଡିର ପରାଜୟ ପରେ, ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିଲେ । ବାସ୍ ତା’ପରେ ନବୀନଙ୍କଠାରୁ ତାଙ୍କର ୧୨ବର୍ଷିଆ ସମ୍ପର୍କ ଛିନ୍ନ ହୋଇଥିଲା ।ଏ ସବୁ ଭିତରେ ଏବେ ନବୀନଙ୍କ ଆଗାମୀ ୧୨ବର୍ଷିଆ ଏଗ୍ରିମେଣ୍ଟ ଚେହେରା କିଏ ହେବେ ତାହା ଏବେ ସସପେନ୍ସ ଭିତରେ ରହିଛି ।