ନାରାୟଣ ଇ-ଟେକ୍ନୋ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର,୭/୧୨ : ପାଣ୍ଡରାସ୍ଥିତନାରାୟଣ ଇ-ଟେକ୍ନୋ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହା ସମାରୋହରେପାଳନ ହୋଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ(ପୂର୍ବତଟ ରେଳବାଇ ହକି କୋଚ୍), ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ , (ବି.ସି.ସି.ଆଇ କୋଚ୍, ଓଡ଼ିଶା ) ଡି.ଜି.ଏମ୍ ଶ୍ରୀଯୁକ୍ତ ଶ୍ରୀନିବାସ ରାଓ, ଏ. ଜି.ଏ. ମ୍ ଶ୍ରୀ କିଶୋର କୁମାର ପାଣିଗ୍ରାହୀ,କଲେଜ ଡିନ୍ ଶ୍ରୀଯୁକ୍ତ ଡେଭିଡ ଜୋନ,ହାଇସ୍କୁଲ କୋର୍ଡିନେଟର ଶ୍ରୀଯୁକ୍ତ ଅପା ରାଓ, ଚାମ୍ପ୍ସକୋର୍ଡିନେଟର ଶ୍ରୀମତୀ ତୃଷ୍ଣା ଧର୍,କିଡ୍ସ କୋର୍ଡିନେଟର ଶ୍ରୀମତୀ ଅନ୍ୱେଷା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଜ୍ଞା ପରିମିତା ସମ୍ମାନନୀୟ ଅତିଥିମାନଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ।

ସେ ବାର୍ଷିକ କ୍ରୀଡା ବିବରଣୀ ପାଠ କରିବା ସହିତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ନାରାୟଣ ଇ-ଟେକ୍ନୋ ସ୍କୁଲ ସବୁଠୁ ଆଗରେ ରହିଛି । ସ୍କୁଲର ଛାତ୍ରଛାତ୍ରୀମାନେ କ୍ରୀଡ଼ା ଜଗତରେ ସୁନାମ ଆଣି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପରିମିତା କହିଥିଲେ । ଏହି ଅବସରରେଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏରୋବିକ୍ ଡ୍ୟାନ୍ସ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ସ୍କୁଲର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନୀତ କରାଯାଇଥିଲା। ଉପସ୍ଥିତ ଥିବା ସମସ୍ତ ଅତିଥିମାନେ କ୍ରୀଡାର ମୂଲ୍ୟବୋଧ ସମ୍ପର୍କରେ ଉତ୍ସାହ ମୂଳକ ବାର୍ତ୍ତା ପ୍ରଦାନ କରିବା ସହିତ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *