ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪/୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେ କୋଟି କୋଟି ଟଙ୍କାର ମାଲିକାଣୀ ବୋଲି ଜଣାପଡିଛି।ସୋଫିଆଙ୍କ ସମ୍ପତ୍ତି ସାଢେ ୩ କୋଟିରୁ ଅଧିକ ବୋଲି ଜଣାପଡିଛି। ତାଙ୍କ ପାଖରେ ୮ଲକ୍ଷ ୫୭ ହଜାର ନଗଦ ଟଙ୍କା ରହିଛି। ସ୍ଥାବର ସମ୍ପତ୍ତ ୨ କୋଟି ୧୧ ଲକ୍ଷ ଥିବାବେଳେ ଅସ୍ଥାବର ସମ୍ପତ୍ତି ୧ କୋଟି ୫୩ ଲକ୍ଷ ଟଙ୍କା ରହିଛି। ସେହିପରି ୪୫୦ ଗ୍ରାମ ସୁନା ଓ ୯୦୦ ଗ୍ରାମ ରୁପା ଗହଣା ରହିଛି। ସୋଫିଆଙ୍କ ପାଖରେ ୨୯ ଲକ୍ଷ ଟଙ୍କାର ସୁନା ଗହଣା ରହିଛି। ସେହିପରି ତାଙ୍କ ପାଖରେ ଗୋଟିଏ ଅଡି କାର୍‌ ଅଛି ଯାହାର ବର୍ତ୍ତମାନ ମୂଲ୍ୟ ୧୨ ଲକ୍ଷ ୫୦ ହଜାର।ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୧୩ ଶହ ୨୭ ଟଙ୍କା ରହିଥିବାବେଳେ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ରହିଛି। ଏହିକ୍ରମରେ ଚୌଧୁରୀ ବଜାର ଆଇସିଆଇସିଆଇ ବ୍ୟାଙ୍କରେ ୨ ଲକ୍ଷ ୭୩ ହଜାର ଟଙ୍କା ରହିଛି ବୋଲି ସେ ନିଜ ସତ୍ୟପାଠରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *