ରାଜ୍ୟପାଳଙ୍କୁ ଭେଟିଛନ୍ତି ଫିଲ୍ମ “ରଙ୍ଗଶୁର”ର ଟିମ୍

ଭୁବନେଶ୍ବର, ୨୪/୧ : ଓଡ଼ିଆ ସିନେମା “ରଙ୍ଗଶୁର”ର ଟିମ୍ ଶୁକ୍ରବାର ରାଜ୍ୟର ନବ ନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି । ଆମ ଓଡ଼ିଶା ମାଟିର ଏକ ପାରମ୍ପରିକ ଲୋକନୃତ୍ୟ “ବାଘ ନାଚ” ଉପରେ ଆଧାରିତ ତଥା ନାରୀ ସଶକ୍ତିକରଣ ଓ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତାକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର “ରଙ୍ଗଶୁର” ।

ଏହି ଅବସରରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ, ଅଭିନେତ୍ରୀ ଶୁଭଶ୍ରୀ ପ୍ରମୁଖ ଉପସ୍ଥିତ ରହି ରଙ୍ଗଶୁର ସିନେମା ନିର୍ମାଣ କରିବାର ମୂଳ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ lଏଭଳି ଏକ ପ୍ରାଚୀନ ଲୋକ ନୃତ୍ୟକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ସାହସ କରିଥିବାରୁ ମହାମହିମ ରାଜ୍ୟପାଳ ସିନେମା ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ସାବାସୀ ଜଣାଇଥିଲେ l ଚଳଚ୍ଚିତ୍ର ରଙ୍ଗଶୁର କିପରି ଓଡିଶା ତଥା ପ୍ରବାସୀଙ୍କ ପାଖରେ ପହଞ୍ଚିପାରିବ ସବିଶେଷ ଆଲୋଚନା କରିଥିଲେ l

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ କିପରି ଆହୁରି ଉନ୍ନତି କରିବ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ କିପରି ଆହୁରି ଆଗକୁ ଆଗେଇପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ମହାମହିମ ରାଜ୍ୟପାଳ ରଙ୍ଗଶୁର ଟିମ୍ ସହିତ ଦୀର୍ଘ ସମୟ ଧରି ଆଲୋଚନା କରି ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

Leave a Reply

Your email address will not be published. Required fields are marked *