କେମିତି କଟିଲେ ୫ଲକ୍ଷ ହିତାଧିକାରୀ ହିସାବ ଦିଅନ୍ତୁ ସରକାର : ବିଜେଡି

ଭୁବନେଶ୍ବର,୧୧/୪ : ରାଜ୍ୟରେ ବିଜେପି ସରକାରର ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜୁ ଜନତା ଦଳ। ଯୋଜନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ବିଜେଡି। ବିଜୁ ଜନତା ଦଳର ସରକାର ସମୟରେ BSKYରେ ରାଜ୍ୟର ୩ କୋଟି ୫୬ ଲକ୍ଷ ହିତାଧିକାରୀଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ ତତ୍କାଳୀନ ସରକାର । କିନ୍ତୁ ଆଜିଠାରୁ ରାଜ୍ୟର ବିଜେପି ସରକାର ଲାଗୁ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବାଦ ପଡିଛନ୍ତି ୫ ଲକ୍ଷ ହିତାଧିକାରୀ । ମୋଟ ୩ କୋଟି ୫୧ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନେକ ଲୋକ ଯୋଜନାରୁ ବାଦ ପଡିଛନ୍ତି । କେମିତି କାଟିଲେ ତାର ହିସାବ ବିଜେପି ସରକାର ଦେଉ ବୋଲି ଦାବି କରିଛି ବିଜେଡି ।ଆୟୁଷ୍ମାନ ଯୋଜନାରେ କେନ୍ଦ୍ରରୁ ଟଙ୍କା ପାଇବାରେ ବିଳମ୍ବ ହେଲେ ସ୍ୱାସ୍ଥ୍ୟସେବା ବ୍ୟାଘାତ ହେବ। ତେଣୁ ସ୍ୱାସ୍ଥ୍ୟସେବା ଯେପରି ବ୍ୟାଘାତ ନ ହେବ ସେ ନେଇ ବିଜେପି ସରକାର ପ୍ରତିଶ୍ରୁତି ଦେବେ କି ବୋଲି ଦାବି କରିଛି ବିଜେଡି । ୨୦୧୧ ଜନଗଣନାକୁ ଆଧାରକୁ ନେଲେ ରାଜ୍ୟର ଜନସଂଖ୍ୟା ଏବେ ବଢ଼ିଛି । ଅନେକ ବର୍ଗ କମିବା ସହିତ ବଢ଼ିଛନ୍ତି । ତେଣୁ ଜନସଂଖ୍ୟା ଏହି ଆଧାରରେ ଦେବେ ନା ଆଉ କେଉଁ ଆଧାରରେ ଦେବେ। କେଉଁ ମାନଦଣ୍ଡରେ ଏହି କାର୍ଡ ଦିଆଯିବ ସରକାର ସ୍ପଷ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *