ଭୁବନେଶ୍ବର,୨୫/୩ : ପ୍ରତ୍ୟେକ ଦିନ ଓଡ଼ିଶା ସରକାରଙ୍କୁ ଟ୍ରୋଲ କରୁଥିବା ପେଜ୍ ଆଜି ଭୁଲିଲା ଓଡ଼ିଶା ବନାନ । ଏହା ଆମେ କହୁନୁ ବରଂ ସେହି ପେଜରେ ପୋଷ୍ଟ ହୋଇଥିବା ଏକ ଫଟୋରୁ ଏହା ଜ୍ବଳନ୍ତ ଜଣାପଡ଼ୁଛି । ଯାହାକୁ ନେଇ ସାଧାରଣ ଲୋକେ ବି ଚର୍ଚ୍ଚା କରୁଛନ୍ତି । ସେଥିରେ ଯାହାଙ୍କ ଫଟୋ ଅଛି ସେ ଗତ କିଛି ବର୍ଷ ହେବ ଓଡ଼ିଶା ରାଜନୀତିରେ ନିଜକୁ ସର୍ବେସର୍ବା କରି ଗଢି ତୋଳିଥିଲେ ।
ମାତ୍ର ତାଙ୍କର ଓଡ଼ିଶା ଲେଖିବା ମନୋଭାବକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହୋଇଛି ।ଓଡ଼ିଶାର ନାଁକୁ ସଠିକ୍ ଲେଖି ପାରୁନାହାନ୍ତି ତାମିଲ ସନ୍ନ୍ୟାସୀ । ତାମିଲ ସନ୍ନ୍ୟାସୀର ଅର୍ଥ ଭିକେ ପାଣ୍ଡିଆନ । ରାଜନୀତିରୁ ସନ୍ନ୍ୟାସ ନେବା ପରେ ସେ ଏବେ ଓଡ଼ିଶା ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । କେହି କେହି କହୁଛନ୍ତି ଦିଲ୍ଲୀ ଯିବେ ଆଉ କେହି କହୁଛନ୍ତି ସେ ଲଣ୍ଡନ ଯିବେ । ସେ ଯାହା ବି ହେଉ କିନ୍ତୁ ସେ ଛାଡ଼ିଥିବା ଫଟୋରେ ବାମ ପଟେ ଉଦ୍ୟୋଗପତି ବିଲ୍ ଗେଟ୍ସ ଠିଆ ହୋଇଥିବାବେଳେ ଡାହାଣ ପଟେ ଭିକେ ପାଣ୍ଡିଆନ ଠିଆ ହୋଇଛନ୍ତି ।
ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି ସନ୍ନ୍ୟାସୀଙ୍କ ମନ ନା ଏବେ ନା ପୂର୍ବରୁ କେବେ ବି ଓଡ଼ିଶା ପ୍ରତି ନଥୀଲା । ତାଙ୍କର ଥିଲା କେବଳ ଏଠାକାର ସାଧାରଣ ଲୋକଙ୍କ ଟଙ୍କା ଲୁଟିବାର ମନ । ସେଥିପାଇଁ ତ ଏବେ ଠୁ ଭୁଲିଲେଣି ଓଡ଼ିଶା ଲେଖିବା । ଆଗକୁ ସମୟ ଅଛି । ଦେଖାଯାଉ ଆଗକୁ ଆଉ କ’ଣ ଭୁଲୁଛନ୍ତି ।