୨0ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଡାକ୍ତର

ଆନନ୍ଦପୁର, ୧୯ /୭ : ୨୦ ହଜାର ଟଙ୍କା ଲାଞ୍ଚ ନେଇ ମେଡିକାଲ ଅଧିକାରୀ ଗିରଫ । ସାଇଁକୁଳ ମେଡିକାଲ ଅଧିକାରୀ ଡା.ରଞ୍ଜିତ କୁମାର ରାଉତ ଗିରଫ ହୋଇଛନ୍ତି । ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।