କଳା ଟଙ୍କାରେ ‘କେ’ ସାମ୍ରାଜ୍ୟ

ଭୁବନେଶ୍ୱର୨/୪ : ଓଡିଶା ସ୍ତରରେ ବାବା ସାରଥୀ ପ୍ରବଚନ ଦେଇ ଭଲ ନାଁ କମେଇଥିଲେ ।ଦେଶରେ ଆଶାରାମ ବାପୁ, ରାମ ରହିମଙ୍କର ଲକ୍ଷ ଲକ୍ଷ ଭକ୍ତ ଥିଲେ, ଭଲ ନାଁ କମେଇଥିଲେ । ସେମାନଙ୍କର ସତମାର୍ଗକୁ ଲୋକେ ଗ୍ରହଣ କରିବା ସହ ପାଗଳ ପରି ଭଲ ପାଉଥିଲେ । କିନ୍ତୁ ଶେଷରେ ସେମାନେ କିଛି ବଦଗୁଣ ଯୋଗୁ ମାମୁଁ ଘରେ ରହିଲେ । ସେହିପରି ନିରୀହ, ଗରିବ,ଅସହାୟ ଏବଂ ଜଙ୍ଗଲ, ସରକାରୀ ଜମିକୁ ହଡ଼ପ କରି ବେଆଇନ ଭାବେ ହାତେଇ ଥିବା ଜମି ମାଫିଆ ଅଚ୍ୟୁତ ସାମନ୍ତଙ୍କୁ ଖୁବ ଶୀଘ୍ର ଡବଲ ଇଞ୍ଜିନ ସରକାର ବାନ୍ଧିବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଆଜି ଆଲୋଚନା କରିବା, ଜମି ମାଫିଆ ଅଚ୍ୟୁତ କଳା ଟଙ୍କାରେ ବନେଇଥିବା କେ ସାମ୍ରାଜ୍ୟ ଉପରେ ।

ପ୍ରଥମେ କିଟ୍ ଯେଉଁଠି ଦେଶ ବିଦେଶରୁ କୋଟିପତି, ଶିଳ୍ପପତି, ପୁଞ୍ଜିପତି, ମନ୍ତ୍ରୀ, ଯନ୍ତ୍ରୀଙ୍କ ପିଲାମାନେ ଆସି ଚାକିରୀ ଲୋଭରେ ମୋଟା ଅଙ୍କର ଟଙ୍କା ଦେଇ ଆଡମିଶନ ନେଇ ପାଠ ପଢୁଛନ୍ତି ଏବଂ ପରବର୍ତ୍ତୀ ସମୟରେ କେଉଁଠି ଏମବିଏ ଛାତ୍ରକୁ କଲ ସେଣ୍ଟର ଚାକିରୀ ମିଳୁଛି ତ କେଉଁଠି ଛାତ୍ର ଚାକିରୀ ନପାଇ ଆତ୍ମ ହତ୍ୟା ଉଦ୍ୟମ କରୁଛନ୍ତି ।

ଦ୍ୱିତୀୟରେ କିସ୍ ଯେଉଁଠି ପ୍ରାୟ ୪୦ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି । ଏହି ଆଦିବାସୀ ପିଲାଙ୍କ କାନ୍ଧରେ ବନ୍ଧୁକ ରଖି କଳା ସାମ୍ରାଜ୍ୟର ବଦନାମ ବାଦଶାହ ହୋଇଛନ୍ତି ଅଚ୍ୟୁତ ।

ତୃତୀୟରେ କିମ୍ସ । ଏହି କିମ୍ସ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହିଛି । ଅନେକ ରୋଗୀ ଏଠାକୁ ଆସୁଛନ୍ତି, ଏବଂ ଅନେକ ବଦନାମ ଭିତରେ ବୁଡି ରହିଛି ଏହି ହସ୍ପିଟାଲ । ରୋଗୀଙ୍କ କିଡ଼ନୀ ଚୋରି ହେଉଛି । କିଡ଼ନୀ ରାକେଟ ବି ଚାଲୁଛି ବୋଲି ମଧ୍ୟ ଥାନାରେ ଲିଖିତ ଅଭିଯୋଗ ହେଇଥିଲା ୨୦୧୫ ମସିହାରେ ଏବଂ କୋଭିଡ ସମୟରେ ରୋଗୀ ନଥାଇ କୋଟି କୋଟି ଟଙ୍କା ବିଲ ହେଇଛି ବୋଲି ମଧ୍ୟ ଅଭିଯୋଗ ରହିଛି । ଏହି ତିନୋଟି କେ ସାମ୍ରାଜ୍ୟ କଥା ତ ଆପଣମାନେ ଶୁଣିଲେ, ଏବେ ଆସିବା ଚତୁର୍ଥ କ ଆଡକୁ । ଆଉ ଏହି କେ ଟିକେ ସମ୍ପୂର୍ଣ୍ଣ ଭିନ୍ନ ।

ଇଏ ହେଉଛି ଗଣମାଧ୍ୟମ ସଂସ୍ଥା । ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ କଳିଙ୍ଗ ଟିଭି ଓ କେ ନ୍ୟୁଜ୍ ପୋର୍ଟାଲ । ଏହି ୨ ଟି ଚ୍ୟାନେଲ ଅଚ୍ୟୁତ ସାମନ୍ତଙ୍କ କଳା କାରନାମା, ଜମି ହଡ଼ପ, ଚାକିରୀ କେଳେଙ୍କାରୀ, ରୋଗୀଙ୍କୁ ଶୋଷଣ, କିଡ଼ନୀ ଚୋରି ଅଭିଯୋଗ, ଆଦିବାସୀ ପିଲାଙ୍କୁ ନିର୍ଯାତନା ଅଭିଯୋଗ, ଏସବୁ ଘଟଣାକୁ ଘଣ୍ଟ ଘୋଡ଼େଇବା ପାଇଁ କରିଛନ୍ତି । ନିଜକୁ ସୁରକ୍ଷା ଦେବା ପାଇଁ ଏବଂ ବଦନାମ ଭୟରେ ନିଜ ମିଡ଼ିଆକୁ ବ୍ୟବହାର କରୁଛନ୍ତି ନିଜର ଗୁଣ ଗାନ କରିବା ପାଇଁ, ଯାହା ଯାହା ଚତୃର୍ଥ ସ୍ତମ୍ଭ ପାଇଁ ଲଜ୍ୟା ଏବଂ ନିନ୍ଦନୀୟ ଘଟଣା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଚିନ୍ତାଜନକ ଘଟଣା ହେଲା, ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ନିଜର ଦୋଷ ଦୁର୍ବଳତା ପଦାରେ ପଡିଯିବାରୁ ଛାତ୍ରଛାତ୍ରୀମାନଙ୍କୁ ଭୟଙ୍କର ମାଡ଼ ମରାଗଲା,ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଇ ବେଆଇନ ଭାବରେ ନିଜ ଦେଶକୁ ତଡି ଦିଆଗଲା କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । ତେବେ ଏଠି ପ୍ରଶ୍ନ ଉଠୁଛି ଏହି କ ସାମ୍ରାଜ୍ୟର ବଦନାମ ବାଦଶାହାଙ୍କୁ ଗିରଫ କରାଯାଉନି କଣ ପାଇଁ ? ଏତେ ବଳିୟାନ କେମିତି ହେଲେ ଶ୍ରୀ ସାମନ୍ତ ? ଯେତେବେଳେ ସାରଥୀ, ସୁର, ଏବଂ ଏଇ କେତେଦିନ ତଳେ ଭୁବନେଶ୍ୱରର ବାବା ବୈକୁଣ୍ଠ ଆଶ୍ରମ ସରକାରୀ ଜାଗାରେ ମାଡିବସି କରିଥିଲେ, ସରକାର ପ୍ରଶାସନ ତରଫରୁ ତାହା ଉଛେଦ କରାଗଲା ।

ତେବେ ଅଚ୍ୟୁତ ବାବାଙ୍କୁ କଣ ପାଇଁ, କେଉଁ ଉଦେଶ୍ୟ ରଖି ଘଣ୍ଟ ଘୋଡାଉଛି ଗେରୁଆ ଦଳର ସରକାର ଏବଂ ପ୍ରଶାସନ ? କିନ୍ତୁ ବାବା ଅଚ୍ୟୁତଙ୍କ ଜମି ହଡପ ସମ୍ପର୍କରେ ଥାନାରେ ମାମଲା ହେଲାଣି, ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେଣି ଲୋକେ । କିଡ଼ନୀ ଚୋରି ମାମଲା ଥାନାରେ ଗଡୁଛି । କିସରେ ଛାତ୍ରଙ୍କୁ ନିର୍ଯାତନା ଘଟଣା ଜିଲ୍ଲା ମଙ୍ଗଳ କମିଟି ରିପୋର୍ଟରେ ରହିଛି । ଏକର ଏକର ସରକାରୀ ଜମି ହଡପ ସମ୍ପର୍କରେ ସିଏଜି ସ୍ପଷ୍ଟ କରିଛନ୍ତି । ବାବା ଅଚ୍ୟୁତଙ୍କ ଏସବୁ କଳାକାରନାମା କଥା ରାଜ୍ୟ ବାସି ଜାଣି ସାରିଲେଣି । ସେଥିପାଇଁ ଏବେ ସରକାର,ପ୍ରଶାସନ ଯଦି କାର୍ଯ୍ୟାନୁଷ୍ଠାନ ନନେବେ, ତେବେ ବହୁତ ଶୀଘ୍ର ଓଡିଶା ବାସି ଏହାର ଉଚିତ ଜବାବ ଦେବେବୋଲି ସାଧାରଣରେ ଆଲୋଚନା ହେଲାଣି ।

Leave a Reply

Your email address will not be published. Required fields are marked *