ଆଜି ପ୍ରଥମ ରଥ ସମନ୍ୱୟ ବୈଠକ

ପୁରୀ : ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନ ୧୧ ଟାରେ ପୁରୀ ପୌରସଦନଠାରେ ଅନୁଷ୍ଠିତ ହେବ l କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଏଥିରେ ଅଧ୍ୟକ୍ଷତା କରିବେ l ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଏଥିରେ ଉପସ୍ଥିତ ରହିବେ l ରଥଯାତ୍ରା ପାଇଁ ପ୍ରସ୍ତୁତି ସହ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ, କପଡା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ସମୀକ୍ଷା ହେବ l