ବବି ଦାସଙ୍କ ମା’ଙ୍କୁ ଟିକେଟ ଦେଲା ବିଜେଡି

ଭୁବନେଶ୍ୱର, ୨/୫ : ୧୪୭ଟି ବିଧାନସଭା ଆସନରୁ ବିଜେଡି ୧୪୪ଟି ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାକି ଥିବା କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ମିଳିଛି। ଦଳ ତାଙ୍କୁ କୋରେଇରୁ ପ୍ରାର୍ଥୀ କରିଛି।କୋରେଇରୁ ବବିଙ୍କ ମା’ଙ୍କୁ ଟିକେଟ ଦିଆଯାଇଥିବା ବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି। ଦଳ ପୂର୍ବରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଜି ତାଙ୍କୁ ବଦଳାଇ ରୋମାଞ୍ଚ