ଭୁବନେଶ୍ବର, ୨/୫ : ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି, କେନ୍ଦୁଝର ଜିଲ୍ଲା ଘସିପୁରାରେ ବିଜେପି ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି। ସେହିପରି ବାଲେଶ୍ବର ଜିଲ୍ଲା ଭୋଗରାଇରେ ଆଶିଷ ପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ସୁଧାଂଶୁ ନାୟକ, ଯାଜପୁର ଜିଲ୍ଲା ବରୀରେ ଉମେଶ ଜେନା, ବାରବାଟୀ କଟକରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପ୍ରକାଶ ରଣ ବିଜୁଲିଙ୍କୁ ବିଜେପି ଟିକେଟ୍ ମିଳିଛି। ତେବେ ବିଜେପି ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ତେବେ ବିଜେପିର ନୀଳଗିରି ଆସନରେ କିଏ ପ୍ରାର୍ଥୀ ହେବେ, ତାହା ଜଣାପଡ଼ି ନାହିଁ।
Related Posts
ଆଜି ଓଡିଶା ଆସୁଛନ୍ତି ଅମିତ ଶାହା
- satakhabar
- April 25, 2024
- 0
ଭୁବନେଶ୍ବର : ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି। କମ୍ପିଲାଣି ପ୍ରଚାର ମଇଦାନ। ଗୁରୁବାରଠାରୁ ବିଜେପିର ପ୍ରଚାର ଅଭିଯାନ ଜୋରଦାର ହେବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅପରାହ୍ଣ ସାଢ଼େ ୩ଟାରେ ଝାରସୁଗୁଡ଼ା […]
ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ
- satakhabar
- April 24, 2024
- 0
କଟକ,୨୪/୪ : ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ବୈଠକ ପରେ ବୈଠକ ଚାଲୁଛି । ଏବେ କଂଗ୍ରେସରୁ କଟକ ବାରବାଟୀ […]
୨ ବ୍ଲକ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ
- satakhabar
- April 25, 2024
- 0
ଫୁଲବାଣୀ: ଆଗକୁ ନିର୍ବାଚନ। ପ୍ରଚାରକୁ ଓହ୍ଲାଇଲେଣି ପ୍ରାର୍ଥୀ। ତେବେ ଅସନ୍ତୁଷ୍ଟଙ୍କ ବିରୋଧ ଜାରୀ ରହିଛି। ଏଭଳି ସ୍ଥିତିରେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କନ୍ଧମାଳ ଜିଲା କଂଗ୍ରେସ। ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ […]