ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୫/୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା ମହାନ୍ତି ଟିକେଟ ଫେରସ୍ତ କରିଥିଲେ।ସେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)କୁ ସୁଚରିତା ଚିଠି ଲେଖି ଜଣାଇବା ପରେ ଏନେଇ ରାଜନୀତି ଜୋର୍‌ ଧରିଛି। ପ୍ରଚାର ପାଇଁ ଦଳ ପାଣ୍ଠି ନ ଦେବାରୁ ଟିକେଟ ଫେରାଇଦେବା କଥା ସୁଚରିତା କହିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୁଚରିତାଙ୍କ କଥାକୁ ଖଣ୍ଡନ କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।ଅଜୟ କୁମାର କହିଛନ୍ତି, ଦଳ ପାଣ୍ଠି ଦେଇଥାଆନ୍ତା। ପାଣ୍ଠିର କୌଣସି ସମସ୍ୟା ନ ଥିଲା। ମୁଖ୍ୟ କଥା ହେଲା, ପୁରୀରେ ଦଳ ପ୍ରାର୍ଥୀ ବଦଳାଇଥାଆନ୍ତା। ଗତ ୨ ତାରିଖରୁ ଦଳ କିଛି ସ୍ଥାନରେ ପ୍ରାର୍ଥୀ ବଦଳାଇବା ପାଇଁ ଚିଠି ପଠାଇ ସାରିଛି। ଦିନେ କିମ୍ବା ୨ଦିନ ଭିତରେ ଏହା ଘୋଷଣା ହୋଇଥାଆନ୍ତା। ସୁଚରିତା ଏହି କଥା ଜାଣି ସାରିଥିଲେ। ସେଥିପାଇଁ ଟିକେଟ ଫେରାଇ ଦେଇଛନ୍ତି ଓ ନିଜେ ନିଜର ଚିଠିକୁ ଭାଇରାଲ କରିଥିବା ଅଜୟ କହିଛନ୍ତି।

Leave a Reply

Your email address will not be published. Required fields are marked *