ଶଙ୍ଖ ଦଳରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର, ୧୧/୫ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ମିଶିଛନ୍ତି ଅଭିନେତା ରୁଦ୍ର ପାଣିଗ୍ରାହୀ। ବିଜେଡି ଦଳକୁ ତାଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଦ୍ର। ଓଡ଼ିଶାକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ କାମ କରୁଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଯୁବବର୍ଗଙ୍କ ଉପରେ ଫୋକସ ଦେଉଛନ୍ତି ବୋଲି ରୁଦ୍ର କହିଛନ୍ତି।