ଭୁବନେଶ୍ୱର, ୧୧ /୫ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ତଥା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏଥିରେ ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଚାଲି ମେ’ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା ଓ ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି।
Related Posts
ଗୋଟିଏ ଯୋଜନା ଘୋଷଣା ; ୩ଥରରେ ଆସୁଛି ଗାଇଡଲାଇନ୍, ସନ୍ଦେହରେ ସାଧାରଣ ଜନତା
- satakhabar
- August 28, 2024
- 0
ଭୁବନେଶ୍ବର, ୨୮/୮ : ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜ ମେନିଫେଷ୍ଟୋରେ ରଖିଥିଲା ସୁଭଦ୍ରା ଯୋଜନା । ବିଜେପି ସରକାରକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା […]
ୱାଇ.ବି. ଖୁରାନିଆ ହେଲେ ରାଜ୍ୟର ନୂଆ ପୁଲିସ ଡିଜି
- satakhabar
- August 16, 2024
- 0
ଭୁବନେଶ୍ୱର, ୧୬/୮ : ଚର୍ଚ୍ଚାର ଅନ୍ତ ଘଟିଛି। ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହୋଇଛନ୍ତି ଓଡ଼ିଶାର ନୂଆ ପୁଲିସ ଡିଜି। ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ […]
ଆଜି ୧୫ ମିନିଟ୍ ଅନ୍ଧାରରେ ରହିଲା ଶ୍ରୀମନ୍ଦିର
- satakhabar
- May 8, 2024
- 0
ପୁରୀ,୮/୫ : ଶ୍ରୀମନ୍ଦିର ବୁଧବାର ରାତିରେ ୧୫ମିନିଟ୍ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍ ହେବାରୁ ୧୫ରୁ ୨୦ ମିନିଟ୍ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଏହି ଅନ୍ଧାର ମଧ୍ୟରେ ଭକ୍ତମାନେ ଯାତାୟାତ କରିଥିଲେ। […]