ଭୁବନେଶ୍ବର,୧୩/୫ : ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।
Related Posts
ଓଲିଉଡ଼ ବିବାଦ : ଦର୍ଶକଙ୍କୁ ହଲରେ ଫିଲ୍ମଠାରୁ ଓଲିଉଡ଼ର କଳି ମନୋରଞ୍ଜନ ଦେଉଛି
- satakhabar
- September 11, 2024
- 0
ଭୁବନେଶ୍ବର, ୧୧/୯ : ଓଡ଼ିଆ ସିନେମାର ଇତହାସ ବହୁ ପୁରୁଣା। ୮୮ବର୍ଷର ସିନେମା ଶିଳ୍ପ । ହାତ ଗଣତି ଆଉ କେତେଟା ବର୍ଷ ପରେ ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ଓଲିଉଡ଼ । ମାତ୍ର […]
ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- satakhabar
- September 5, 2024
- 0
ଭୁବନେଶ୍ୱର,୫/୯ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା […]
ବଲାଙ୍ଗୀରରେ ରାହୁଲ ଗାନ୍ଧୀ; କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବ
- satakhabar
- May 15, 2024
- 0
ବଲାଙ୍ଗୀର, ୧୫/୫ : ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରାହୁଲ। ବିପୁଳ ପରିମାଣରେ […]