ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା ସାମ୍ବାଦିକା

ଭୁବନେଶ୍ବର : ସାମାଜିକ ଗଣମାଧ୍ୟମରେ ଲାଇଭ୍ ଭିଡିଓ କରିବା ପରେ ଜୀବନ ହାରିଲେ ମହିଳା ସାମ୍ବାଦିକା । ବାପୁଜୀନଗର ନିକଟ ଟ୍ରେନ୍ ଲାଇନ୍ କଡରୁ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ସାମ୍ବାଦିକାଙ୍କ ନାଁ ମଧୁମିତା ପରିଡ଼ା ବୋଲି ଜଣା ପଡିଛି । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରନ୍ତି । ୫ ମାସ ତଳେ ସେ ପ୍ରେମ ବିବାହ କରିଥିଲେ । ତେବେ ଅନ୍ୟ ଝିଅଙ୍କ ସହ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା ସେ ଭିଡିଓରେ କାନ୍ଦି କାନ୍ଦି ଉଲ୍ଲେଖ କରିଛନ୍ତି । ଏହା ପରେ ସେ ଟ୍ରେନ୍ ଲାଇନରେ ଆତ୍ମହତ୍ୟା କରିଛନ୍ତି । ମୃତଦେହ ଜବତ କରି ଅଧିକ ଖୋଳତାଡ ଜାରି ରଖିଛି ପୁଲିସ ।