ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

ପୁରୀ, ୧୨/୩ : ପୁରୀରେ ଓଲିଉଡ୍ ଅଭିନତା ବାବୁସାନ୍ ମହାନ୍ତି। ଆଜି ସକାଳେ ପୁରୀ ଯାଇ ଶ୍ଵେତଗଙ୍ଗା ପୁଷ୍କରିଣୀରେ ବାପା ଉତ୍ତମ ମହାନ୍ତିଙ୍କୁ ଶ୍ରାଦ୍ଧ ପ୍ରଦାନ ସହ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପତ୍ନୀ ତୃପ୍ତି ମଧ୍ୟ ଉପସ୍ଥିତ ଅଛନ୍ତି। ସୂଚନା ଅନୁସାରେ ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ର ମେଦାନ୍ତ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା। ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଗତ ସୋମବାର ଭୁବନେଶ୍ଵରରେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ବହୁ କଳାକାର ଏବଂ ସିନେପ୍ରେମୀ ଯୋଗ ଦେଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜି ପୁଅ ବାବୁସାନ୍ ପୁରୀ ଶ୍ଵେତଗଙ୍ଗାରେ ଅସ୍ଥି ବିସର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *