ଭୁବନେଶ୍ୱର,୨୬/୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତିନି ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ ଏହି ସମୟରେ ସେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭଗର ମନ୍ତ୍ରୀ ମାନଙ୍କୁ ମଧ୍ୟ ଭେଟିବେ। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମନ୍ତ୍ରୀମାନଙ୍କ ସହିତ ଆହୁରି ଅନେକ ବିଭାଗର ମନ୍ତ୍ରୀ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସଭାରେ ଗୃହର ନେତା ଜଗତ ପ୍ରକାଶ ନଡ୍ଡା ଓ ଅନ୍ୟ ବରିଷ୍ଠ ନେତ୍ରୁ ବୃନ୍ଦଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଉଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବେ ।
Related Posts
ରିସିକିଆ ପ୍ରେମିକକୁ ଧରିଲା କ୍ରାଇମବ୍ରାଞ୍ଚ; ମଧ୍ୟ ବୟସ୍କା ମହିଳାଙ୍କୁ କରୁଥିଲା ଟାର୍ଗେଟ
- satakhabar
- September 13, 2024
- 0
ଭୁବନେଶ୍ବର, ୧୩/୯ : ମାଟ୍ରିମୋନିଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲା। ମଧ୍ୟ […]
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ
- satakhabar
- May 31, 2024
- 0
ନୂଆଦିଲ୍ଲୀ, ୩୧/୫ : ଆସନ୍ତାକାଲି ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଗୁରୁବାର ପ୍ରଚାର ଶେଷ ହେବା ପରେ ଶୁକ୍ରବାର ବୁଥ୍ ମୁହାଁ ହେଉଛନ୍ତି ପୁଲିଂ କର୍ମଚାରୀ। ଦେଶରେ ୮ଟି ରାଜ୍ୟର ୫୭ଆସନରେ […]
କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା ; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ୬ ଲକ୍ଷ ଟଙ୍କା ସହାୟତା ଘୋଷଣା
- satakhabar
- June 29, 2024
- 0
ଭୁବନେଶ୍ୱର,୨୯/୬ : ଅନୁଗୁଳ ଜିଲ୍ଲାର ଟିକରପଡାଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା […]