ଷ୍ଟ୍ରିଟ୍ କ୍ରାଇମ୍ ଉପରେ ନଜର ରଖିବ କମିଶନରେଟ ପୋଲିସ

ଭୁବନେଶ୍ବର,୨୬/୬ : “ବସ୍ତିକୁଚାଲ” କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ତତ୍ତ୍ଵାବଧାନରେ ଏସିପି ଅମିତାଭ ମହାପାତ୍ରଙ୍କ ଉପସ୍ଥିତରେ ବସ୍ତିମିତ୍ର ଏବଂ ନୋଡାଲ ଅଫିସରଙ୍କ ସହ ଭୁବନେଶ୍ବର ଡିସିପି ଅଫିସରେ ବସ୍ତିମାନଙ୍କରେ ଭବିଷ୍ୟତରେ ହେବାକୁ ଥିବା ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ପକ୍ଷରୁ “ବସ୍ତିକୁ ଚାଲ” ଅଭିଯାନ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବସ୍ତିରେ ରହୁଥିବା ପ୍ରତିଭାମାନଙ୍କର କଳାକୁ ପ୍ରସ୍ଫୁଟିତ କରିବା ଓ ବାସିନ୍ଦାଙ୍କ ମଧ୍ୟରେ ଶିକ୍ଷା ଓ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ଆଗାମୀ ଦିନରେ ସହରର ବିଭିନ୍ନ ବସ୍ତି ମନଙ୍କରେ ବସ୍ତି ପିଲାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଯାଉଛି ଯଥା ନାଚ,ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା। ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ ବିଭିନ୍ନ ଥାନାମାନଙ୍କରେ ଅଧିକାରୀମାନେ ସେମାନଙ୍କ ଥାନା ଅଧୀନରେ ଥିବା ବସ୍ତି ମାନଙ୍କରେ କିପରି କାର୍ଯ୍ୟ କରିବେ ଏବଂ କିପରି ପୁଲିସ ଜନସାଧାରଣଙ୍କ ନିକଟତର ହେବ ସେହି ବିଷୟରେ ଭୁବନେଶ୍ବର ଡିସିପି ଶ୍ରୀ ସିଂହ ଆଲୋଚନା କରିଛନ୍ତି । ଏହି କାର୍ଯକ୍ରମଗୁଡିକ କରି ପୁଲିସ ବସ୍ତିବାସୀନ୍ଦାମାନଙ୍କ ନିକଟତର ହୋଇ ଜନସାଧାରଣଙ୍କ ସାହାଯ୍ୟ ଏବଂ ସହଯୋଗୀତାରେ ସହରର ବିଭିନ୍ନ ଷ୍ଟ୍ରିଟ୍ କ୍ରାଇମ ଉପରେ ନଜର ରଖି ଏହା ଉପରେ ରୋକ ଲଗାଇପାରିବ । ପୂର୍ବରୁ ମଧ୍ୟ “ବସ୍ତିକୁଚାଲ” କାର୍ଯକ୍ରମ ଫଳରେ ବସ୍ତିବାସୀଙ୍କ ନିକଟତର ହୋଇ ପୁଲିସ ବସ୍ତିରେ ଚାଲୁଥିବା ବିଭିନ୍ନ ଅସାମାଜିକ ଗତିବିଧି ଏବଂ ଅସାମାଜିକ କାର୍ଯକ୍ରମ ଉପରେ ରୋକ ଲଗାଇବାରେ ସଫଳ ହୋଇଛି । “ବସ୍ତିକୁଚାଲ” କାର୍ଯ୍ୟକ୍ରମର ସଫଳତାକୁ ଓ ବସ୍ତି ବାସିଙ୍କ ପୁଲିସ ମିତ୍ର ହେବାର ଉତ୍ସାହକୁ ଆଖିଆଗରେ ରଖି ଡିସିପି ଶ୍ରୀ ସିଂହ ଏହି କାର୍ଯକ୍ରମରେ ନୂତନ ଇଛୁକ ଲୋକଙ୍କୁ ଯୋଡିବା ପାଇଁ ଆଦେଶ ଦେଇଛନ୍ତି ଏବଂ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ଵରାନିତ କରାଯିବ।

Leave a Reply

Your email address will not be published. Required fields are marked *