ମାଇକ୍ରୋସଫ୍ଟ ସର୍ଭର ଡାଉନ, ବ୍ୟାଙ୍କ-ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୧୯ /୭ : ଭାରତ ଓ ଆମେରିକା ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ୍ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା ଯୋଗୁଁ ଉଡାଣ ସେବା ପ୍ରଭାବିତ ହୋଇଛି । ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ବିମାନ ସେବା ନୁହେଁ, ବରଂ ଅନେକ ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ୍ ବୁକିଂ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।