ଗୁଜରାଟରେ ଲାଇନଚ୍ୟୁତ ହେଲା ମାଲଗାଡ଼ି

ସୁରଟ, ୧୯ /୭ : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ଗୁଜରାଟରେ ଏକ ରେଳ ଦୁର୍ଘଟଣା ଘଟିଛି। ଗୁଜରାଟର ସୁରଟ ଓ ଭାଲସାଡ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଭାଲସାଡର ଡୁଙ୍ଗରୀ ନିକଟରେ ଏକ ମାଲବାହୀ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଏହି ରୁଟର ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।