ଟ୍ବିନ୍ ସିଟିକୁ ରେଡ୍ ଆଲର୍ଟ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା। ଭୁବନେଶ୍ଵରରେ ୪୧.୬ , ବାଲେଶ୍ଵର ୪୦.୭, ଚାନ୍ଦବାଲି ୪୦.୨ , କେନ୍ଦୁଝର ୪୦ ଡିଗ୍ରୀ, ଝାରସୁଗୁଡା ୩୯.୫ , ସମ୍ବଲପୁର ଓ ରାଉରକେଲାରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ କଟକ ଏବଂ ଭୁବନେଶ୍ଵରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରାଯାଇଥିବାବେଳେ ୧୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *