୨ ବ୍ଲକ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ

ଫୁଲବାଣୀ: ଆଗକୁ ନିର୍ବାଚନ। ପ୍ରଚାରକୁ ଓହ୍ଲାଇଲେଣି ପ୍ରାର୍ଥୀ। ତେବେ ଅସନ୍ତୁଷ୍ଟଙ୍କ ବିରୋଧ ଜାରୀ ରହିଛି। ଏଭଳି ସ୍ଥିତିରେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କନ୍ଧମାଳ ଜିଲା କଂଗ୍ରେସ। ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ ଓ କେ.ନୂଆଗାଁ ବ୍ଲକ ସଭାପତି ଜିତେନ୍ଦ୍ର ଦିଗାଲଙ୍କୁ ପଦବୀରୁ ବହିଷ୍କାର କରାଯାଇଛି। ପଦବୀରେ ଥାଇ ଗଣମାଧ୍ୟମରେ ଦଳବିରୋଧୀ ମନ୍ତବ୍ୟ ଦେଇ ଶୃଙ୍ଖଳା ଭଙ୍ଗ କରିଥିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲା ସଭାପତି ଚନ୍ଦ୍ର ଶେଖର ପରିଡା। ନୂତନ ବାଲିଗୁଡା ବ୍ଲକ ସଭାପତି ଭାବେ ଅଭିଷେକ ଦିଗାଲ ଓ କେ. ନୂଆଗାଁ ବ୍ଲକ ସଭାପତି ଭାବେ ଶୁକଦେବ ଦିଗାଲଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ସୁରେଶ ପତିଙ୍କୁ ଦାୟିତ୍ୱ ଦିଆଯାଇଥିବା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ଜିଲା ସଭାପତି ଶ୍ରୀ ପରିଡା।

Leave a Reply

Your email address will not be published. Required fields are marked *