ଫୁଲବାଣୀ: ଆଗକୁ ନିର୍ବାଚନ। ପ୍ରଚାରକୁ ଓହ୍ଲାଇଲେଣି ପ୍ରାର୍ଥୀ। ତେବେ ଅସନ୍ତୁଷ୍ଟଙ୍କ ବିରୋଧ ଜାରୀ ରହିଛି। ଏଭଳି ସ୍ଥିତିରେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କନ୍ଧମାଳ ଜିଲା କଂଗ୍ରେସ। ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ ଓ କେ.ନୂଆଗାଁ ବ୍ଲକ ସଭାପତି ଜିତେନ୍ଦ୍ର ଦିଗାଲଙ୍କୁ ପଦବୀରୁ ବହିଷ୍କାର କରାଯାଇଛି। ପଦବୀରେ ଥାଇ ଗଣମାଧ୍ୟମରେ ଦଳବିରୋଧୀ ମନ୍ତବ୍ୟ ଦେଇ ଶୃଙ୍ଖଳା ଭଙ୍ଗ କରିଥିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲା ସଭାପତି ଚନ୍ଦ୍ର ଶେଖର ପରିଡା। ନୂତନ ବାଲିଗୁଡା ବ୍ଲକ ସଭାପତି ଭାବେ ଅଭିଷେକ ଦିଗାଲ ଓ କେ. ନୂଆଗାଁ ବ୍ଲକ ସଭାପତି ଭାବେ ଶୁକଦେବ ଦିଗାଲଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ସୁରେଶ ପତିଙ୍କୁ ଦାୟିତ୍ୱ ଦିଆଯାଇଥିବା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ଜିଲା ସଭାପତି ଶ୍ରୀ ପରିଡା।
Related Posts
ପ୍ରତୀକ୍ଷାର ଅନ୍ତ ଘଟିଲା , ଦୀର୍ଘ ୪୬ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର
- satakhabar
- July 14, 2024
- 0
ପୁରୀ,୧୪/୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର । ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଠିକ୍ […]
ଛାଡୁନି କ୍ୱାର୍ଟର୍ସ ମୋହ : ମାଡ଼ି ବସିଛନ୍ତି ପୂର୍ବତନ ବିଧାୟକ ଓ ମନ୍ତ୍ରୀ
- satakhabar
- September 14, 2024
- 0
ଭୁବନେଶ୍ୱର, ୧୪/୯ : ଛାଡୁନି କ୍ୱାର୍ଟର୍ସ ମୋହ । ପଦ ଯିବା ପରେ ମଧ୍ୟ ସରକାରୀ କ୍ୱାର୍ଟର୍ସ ମାଡି ବସିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଧାୟକ । ଷୋଡ଼ଶ ବିଧାନସଭା ଭାଙ୍ଗିବାର ଶହେ ଦିନ […]
ବିଜେଡିର ୧୫ ଜଣିଆ ନୂଆ କମିଟି ଗଠନ
- satakhabar
- August 5, 2024
- 0
ଭୁବନେଶ୍ୱର,୫/୮: ନୂଆ କମିଟି ଗଠନ କଲା ବିଜେଡି । ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଜେଡି ୧୫ଜଣିଆ କମିଟି ଗଠନ କରିଛି। ବରିଷ୍ଠ ନେତାମାନଙ୍କୁ ନେଇ ଗଢାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା […]