ଆସନ୍ତା ୨୮ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟା ଜଳ

ସମ୍ବଲପୁର, ୨୫/୭ : ଆସନ୍ତା ଜୁଲାଇ ୨୮ତାରିଖ ରବିବାର ହୀରାକୁଦରୁ ଛଡ଼ାଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟା ଜଳ l ଏ ନେଇ ଆଜି ହୀରାକୁଦ ମେନ ଡ୍ୟାମ ମୂଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି l ଆସନ୍ତା ରବିବାର ସକାଳ ୯ଟାରେ ବିଧି ପୂର୍ବକ ପୂଜାର୍ଚ୍ଚନା ପରେ ୭ନମ୍ବର ସ୍ଲୁଇସ ଗେଟ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ l ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ଫୁଟ ଥିବାବେଳେ ବର୍ତ୍ତମାନ ଜଳ ସ୍ତର ୬୦୪.୯୧ ଫୁଟ ରହିଛି l ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ୧ ଲକ୍ଷ ୭୨ହଜାର କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି l ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।