ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି

ଭୁବନେଶ୍ବର, ୨୩/୪ : : ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଓଡିଶା ପାଇଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ତାଲିକାର ଏକ ନମ୍ବରରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ହିମନ୍ତ ବିଶ୍ବଶର୍ମା, ବିଷ୍ଣୁଦେଓ ସାଏ, ସ୍ମୃତି ଇରାନୀ, ବୈଜୟନ୍ତ ପଣ୍ଡା, ଅଶ୍ବିନୀ ବୈଷ୍ଣବ,ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।ସେହିଭଳି ବିଶେଶ୍ବର ଟୁଡୁ, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀତମ ଦାସ ମଧ୍ୟ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *