ଭୁବନେଶ୍ୱର,୩୦/୭ : ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର । ଏଣିକି ଡ୍ୟୁଟି ସମୟରେ ଖିଲାପ କଲେ, ଆଉ ନିସ୍ତାର ନାହିଁ । ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ ।ଆଉ ୪ ଘଣ୍ଟାରୁ କମ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ । ସେହିପରି ୪ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ ହେଲେ ହାପ ଡେ’ ବୋଲି ଧରାଯିବ । ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ । ଅର୍ଥାତ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡିବ । ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ । ଦିନ ୧୦ଟା ସୁଦ୍ଧା ଅଫିସରେ ଉପସ୍ଥିତ ରହିବେ କର୍ମଚାରୀ । ଅଫିସ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ । ଏହା ସବୁବେଳେ ଲାଗୁ ହେବନି । କେବଳ ଜରୁରୀ ପରିସ୍ଥିତିରେ ମିଳିବ ଅଧଘଣ୍ଟା କୋହଳ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Related Posts
ଜୁନ୍ ୧ସୁଦ୍ଧା କେରଳ ଛୁଇଁବ ମୌସୁମୀ
- satakhabar
- May 27, 2024
- 0
ନୂଆଦିଲ୍ଲୀ, ୨୭/୫ : ଚଳିତ ଥର ସଅଳ ଆସିବ ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ […]
ଏହି ୬ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି
- satakhabar
- May 2, 2024
- 0
ଭୁବନେଶ୍ବର, ୨/୫ : ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ପ୍ରେସ୍ ବିଜ୍ଞପ୍ତି […]
ମୋବାଇଲ ଚୋର ଗିରଫ, ୩ଟି ଚୋରା ମୋବାଇଲ ଜବତ
- satakhabar
- April 18, 2024
- 0
ଭୁବନେଶ୍ବର, ୧୮/୪ : ମୋବାଇଲ ଚୋର ଗିରଫ । ଗୁରୁବାର କ୍ୟାପଟିଲା ଥାନା ପୋଲି ଜନୈକ ମୋବାଇଲ୍ ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଝାଡ଼ଖଣ୍ଡର ପୁର୍ବିସିଙ୍ଖଭୁମ ଜିଲ୍ଲାର ମାସୁକ ଖାନଙ୍କ […]