ନୂଆଦିଲ୍ଲୀ,୧/୮ : ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସ୍କ୍ରିନିଂ କମିଟି ଗଠନ କରାଯାଇଛି । ହରିୟାଣା କମିଟିର ଚେୟାରମ୍ୟାନ୍ ଭାବେ ଦଳ ଅଜୟ ମକାନଙ୍କୁ ନିଯୁକ୍ତ କରିଛି । ସେହିପରି ମଣିକମ୍ ଟେଗୋର, ଜିଗ୍ନେଶ ମେୱାଣୀ ଏବଂ ଶ୍ରୀନିବାସ ବିୱି କମିଟିର ସଦସ୍ୟ ହୋଇଛନ୍ତି ।କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ଜାମ୍ମୁ କାଶ୍ମୀର, ହରିୟାଣା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ପାଇଁ ସ୍କ୍ରିନିଂ କମିଟି ଗଠନ କରିଛି । ଦଳ ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଧୁଦସୁଦନ ମିସ୍ତ୍ରୀଙ୍କୁ ଚେୟାରମ୍ୟାନ୍ ଏବଂ ସପ୍ତଗିରି ଶଙ୍କର ଉଲକା, ମନସୁର ଅଲି ଖାନ୍ ଏବଂ ଶ୍ରୀରବେଲ୍ଲା ପ୍ରସାଦଙ୍କୁ କମିଟି ସଦସ୍ୟ କରାଯାଇଛି । ସେହିପରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗିରିଶ ଚୋଡନାକର(ଚେୟାରମ୍ୟାନ୍) ଏବଂ ପୁନମ ପାସୱାନ୍ ଏବଂ ପ୍ରକାଶ ଯୋଶୀ କମିଟି ସଦସ୍ୟ ଅଛନ୍ତି । ଜାମ୍ମୁ କାଶ୍ମୀରରେ କଂଗ୍ରେସ ନେତା ଦୁଖଜିନ୍ଦର ସିଂହ ରନ୍ଧୱାଙ୍କୁ ସ୍କ୍ରିନିଂ କମିଟିର ଚେୟାରମ୍ୟାନ୍ ଏବଂ ଏଣ୍ଟୋ ଏଣ୍ଟନି ଏବଂ ସଚିନ୍ ରାଓଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି ।
Related Posts
୨ ବ୍ଲକ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ
- satakhabar
- April 25, 2024
- 0
ଫୁଲବାଣୀ: ଆଗକୁ ନିର୍ବାଚନ। ପ୍ରଚାରକୁ ଓହ୍ଲାଇଲେଣି ପ୍ରାର୍ଥୀ। ତେବେ ଅସନ୍ତୁଷ୍ଟଙ୍କ ବିରୋଧ ଜାରୀ ରହିଛି। ଏଭଳି ସ୍ଥିତିରେ ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କନ୍ଧମାଳ ଜିଲା କଂଗ୍ରେସ। ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ […]
ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ
- satakhabar
- April 24, 2024
- 0
କଟକ,୨୪/୪ : ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ବୈଠକ ପରେ ବୈଠକ ଚାଲୁଛି । ଏବେ କଂଗ୍ରେସରୁ କଟକ ବାରବାଟୀ […]
ଆଜି ଫୁଲବାଣୀ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ
- satakhabar
- May 16, 2024
- 0
ଫୁଲବାଣୀ, ୧୬/୫ : ଆଜି ଫୁଲବାଣୀ ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗୁଦାରୀ ଏୟାରଷ୍ଟ୍ରିପରେ ଅପରାହ୍ନ ୩.୩୦ରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ କରୋନେସନ ପଡିଆରେ ପହଂଚି ଏକ ଜନସଭାକୁ ସମ୍ବୋଧିତ […]